Loading...

ପରଲୋକରେ ହୀରାବେନ ମୋଦି

ପରଲୋକରେ ହୀରାବେନ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ୨ ଦିନ ପୂର୍ବେ ହୀରା ବେନ୍‌ ଅହମ୍ମଦାବାଦର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ୨ ଦିନ ପୂର୍ବେ ହୀରା ବେନ୍‌ ଅହମ୍ମଦାବାଦର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟରେ ହୀରା ବେନ୍‌ଙ୍କ ଦେହାନ୍ତ ହୋଇଛି।ମା’ଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏକ କୋହଭରା ଟ୍ୱିଟ୍‌ରେ ମୋଦି ଲେଖିଛନ୍ତି ଭଗବାନଙ୍କ ପାଦରେ ଏକ ଗୌରବମୟ ଶତାବ୍ଦୀର ଅନ୍ତ ହୋଇଛି। ମା’ ଜଣେ ନିସ୍ୱାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦି ଲେଖିଛନ୍ତି।

ହୀରାବେନ ୧୯୨୩ ଜୁନ ୧୮ରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷ । ୬ ମାସ ବୟସରେ ମା’କୁ ହରାଇଥିଲେ । ଦାମୋଦରଦାସ ମୁଲଚାନ୍ଦ ମୋଦିଙ୍କ ସହ ହୋଇଥିଲା ବିବାହ। ଦାମୋଦର ଦାସ ସେତେବେଳେ ଚା’ ବିକ୍ରି କରୁଥିଲେ । ଉଭୟଙ୍କ ୬ ସନ୍ତାନ ହୋଇଥିଲେ । ତୃତୀୟ ସନ୍ତାନ ଥିଲେ ନରେନ୍ଦ୍ର ମୋଦି ।

ହୀରାବେନଙ୍କ ଜୀବନ ସଂଘର୍ଷମୟ ଥିଲା । ବହୁବାର ମୋଦି ନିଜ ମା’ଙ୍କ ସଂଘର୍ଷମୟ ଜୀବନ ବିଷୟରେ କୁହନ୍ତି । ଦାମୋଦରଦାସଙ୍କ ମୃତ୍ୟୁ ପରେ ହୀରାବେନଙ୍କ ଉପରେ ୬ ପିଲାଙ୍କ ଦାୟିତ୍ୱ ପଡିଥିଲା । ଘର ଚଳାଇବାକୁ ହୀରାବେନ ଅନ୍ୟ ଘରେ ବାସ ମାଜୁଥିଲେ ଓ ପାଣି ଭରୁଥିଲେ । ସାରା ଜୀବନ କଷ୍ଟରେ ସେ ୬ ସନ୍ତାନଙ୍କୁ ବଡ଼ କରିଥିଲେ । ପାଠ ପଢିନଥିଲେ ମଧ୍ୟ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଇଚ୍ଛୁକ ଥିଲେ । ମୋଦି ମା’ଙ୍କୁ ନିଜର ପ୍ରଥମ ଶିକ୍ଷକ ଭାବେ ଗ୍ରହଣ କରିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.