POLITICALS

୨୭ ତାରିଖରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

Modi Imran

ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧୨ଟି ଦେଶ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି ସୂଚନା ରହିଛି।

ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ୨୪ ସେପ୍ଚେମ୍ୱରରୁ ଆରମ୍ଭ ହୋଇ ୩୦ ସେପ୍ଚେମ୍ୱର ଯାଏ ଚାଲିବ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମଞ୍ଚରେ ମୋଦି କଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନେଇ କଡ଼ା ସମାଲୋଚନା କରିପାରନ୍ତି। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଏହି ମଞ୍ଚ ଜରିଆରେ ଅନ୍ୟ ରାଷ୍ଟ୍ର ସାମ୍ନାରେ ନିଜର ମତ ରଖିବେ ବୋଲି ସୂଚନା ରହିଛି।

ପଢନ୍ତୁ: ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ ପରେ ବି ସୁରକ୍ଷିତ ଲ୍ୟାଣ୍ଡର ବିକ୍ରମ

Related posts

କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

ENO Beuro

ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Ratnamani Moharana

ବିଜେପିର ମିଶନ ୧୨୦: ୧୫ରେ ସମ୍ବଲପୁର ଆସିବେ ଅମିତ ସାହ 

ENO Beuro