POLITICALS

ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦି: ଆଜି କରିବେ ମେଗା ରୋଡ ସୋ’

ନିର୍ବାଚନୀ ପ୍ରଚାରରେ ଆଜି ବାରଣାସୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ବାରାଣସୀ ସଂସଦୀୟ କ୍ଷେତ୍ରରୁ ନାମାଙ୍କନ ଦାଖଲ  କରିବେ। ବାରଣାସୀର ଦଶାଶ୍ୱମେଧ ଘାଟ ନିକଟ ରାଜେନ୍ଦ୍ର ପ୍ରସାଦ ଘାଟରେ ନିର୍ମିତ ମଂଚରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବା ସହ ମେଗା ରୋଡ ସୋ ’ କରିବେ ବୋଲି ଜଣାଯାଇଛି। । ଅପରାହ୍ନରେ ନରେନ୍ଦ୍ର ମୋଦୀ ବାରାଣସୀରେ ପହଂଚି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଲଙ୍କାସ୍ଥିତ ମହାପୁରୁଷ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରୋଡ ସୋ’ ଆରମ୍ଭ କରିବେ । ଏଠାରେ ନିର୍ମାଣ କରାଯାଇଥିବା ଫ୍ଲୋଟିଂ ପ୍ଲାଟଫର୍ମରେ ମା ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ ।

ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା  କହିଛନ୍ତି, ନାମାଙ୍କନ ସମୟରେ ପୂରା ଏନଡିଏ କାଶୀରେ ରହିବ । ଏନଡିଏର ବରିଷ୍ଠ ନେତା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋକ ଜନଶକ୍ତି ପାର୍ଟି ସୁପ୍ରିମୋ ରାମବିଲାସ ପାସୱାନ, ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଉତ୍ତର-ପୂର୍ବରେ ବିଜେପି ସହିତ ଜଡ଼ିତ ସମସ୍ତ ବଡ଼ ବଡ଼ ନେତା କାଶୀରେ ରହିବେ । ସେହିପରି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ନିର୍ମଳା ସୀତାରମଣ, ନୀତିନ ଗଡ଼କରୀ, ପୀୟୁଷ ଗୋୟଲଙ୍କ ବ୍ୟତୀତ ହେମା ମାଳିନୀ, ଜୟାପ୍ରଦା, ମନୋଜ ତିୱାରୀ ଆଦି ରୋଡ ସୋ ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ପଢନ୍ତୁ: କଲୋମ୍ବୋ ବିସ୍ପୋରଣରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମରଶରୀର ଫେରିଲା ଭାରତ

Related posts

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ENO Beuro

ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Ratnamani Moharana

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

Leave a Comment