• Home
  • News
  • ୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
News

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଆୟୋଜିତ ହୋଇଥିବା ନିବେଶ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌ ଅମୌସି ବିମାନ ବନ୍ଦରରେ ପହଂଚି ଥିଲେ। ସେଠାରେ ରାଜ୍ୟପାଳ ରାମନାଇକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ୟୁପି ସରକାରର ମନ୍ତ୍ରୀମାନେ ତାଙ୍କର ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୦ହଜାର କୋଟି ଟଙ୍କାର ୮୧ଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଉତ୍ତରପ୍ରଦେଶ ସରକାରକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କ ଏହି ସଫଳତା ଅବିଶ୍ୱସନୀୟ। ଏହି ସବୁ ପ୍ରକଳ୍ପ ଡିଜିଟାଲ ଇଣ୍ଡିଆ ଓ ମେକ୍‍ ଇନ ଇଣ୍ଡିଆ ପ୍ରକଳ୍ପକୁ ନୂଆ ଦିଶା ଦେବ।

ଏସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି। ଗତ ଫେବୃୟାରୀରେ ଏନେଇ ରାଜ୍ୟରେ ହୋଇଥିବା ନିବେଶକ ସମ୍ମିଳନୀରେ କୁମାର ମଙ୍ଗଳମ୍‌ ବିର୍ଲା, ଗୌତମ ଆଦାନି, ସୁଭାଷଚନ୍ଦ୍ର, ସଞ୍ଜିବ୍‌ ପୁରୀ ପ୍ରମୁଖ ୮୦ରୁ ଅଧିକ ଶିଳ୍ପପତି ଯୋଗ ଦେଇ ନିବେଶ ସମ୍ପର୍କରେ ସହମତି ପ୍ରକାଶ କରିଥିଲେ।

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି modi 2

ପଢନ୍ତୁ;ଗାନ୍ଧୀ ଜୟନ୍ତୀରୁ ପୁଣି ଆନ୍ଦୋଳନ କରିବେ ଆନ୍ନା

Related posts

ଆଜିଠୁ ସଂସଦର ମୌସୁମୀ ଅଧିବେଶନ:୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

Krishna Kumar Manoj

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Krishna Kumar Manoj

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More