ମୋଦୀଙ୍କୁ ସାର୍କ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିବ ପାକିସ୍ଥାନ

pakisthan

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ଥାନରେ ହେବାକୁ ଥିବା ସାର୍କ ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଯିବ। ଏହି ସୂଚନା ପାକ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି। ଚଳିତ ବର୍ଷ ପ୍ରସ୍ତାବିତ ସାର୍କ ସମ୍ମିଳନୀରେ ସାମିଲ ହେବା ପାଇଁ ପିଏମ ମୋଦୀଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି ପାକ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଡାକ୍ତର ମହମ୍ମଦ ସୂଚନା ଦେଇଛନ୍ତି।

pakisthan

ପୂର୍ବରୁ ୨୦୧୬ ସାର୍କ ସମ୍ମିଳନୀ ମଧ୍ୟ ଇସ୍‌ଲାମାବାଦ୍‌ରେ ହେବାର ଥିଲା। କିନ୍ତୁ ଜାମ୍ମୁ-କାଶ୍ମୀରର ଉରିସ୍ଥିତ ସେନା କାର୍ଯ୍ୟାଳୟ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ଏହି ସମ୍ମିଳନୀରୁ ଓହରିଯାଇଥିଲା। ଭାରତ ସହିତ ବାଲାଂଦେଶ, ଭୁଟାନ ଓ ଆଫଗାନିସ୍ତାନ ଏହି ସମ୍ମିଳନୀରୁ ଓହରିଯିବା ପରେ ଏହାକୁ ବାତିଲ କରିଦିଆଯାଇଥିଲା। ପୁନର୍ବାର ପାକିସ୍ତାନ ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

ଏହି ଅବସରରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଇସଲାମାବାଦ ତତ୍ପର। କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କ ପ୍ରଥମ ବାର୍ତ୍ତରେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲାଗି ଯଦି ଭାରତ ଗୋଟିଏ ପାଦ ଆଗକୁ ଆସେ ତେବେ ପାକିସ୍ତାନ ଦୁଇପାଦ ଆଗକୁ ଯିବ।

ପଢନ୍ତୁ;  ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ ଓରାମ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More