News

୧୬ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

modi

ଜାନୁଆରୀ ୫ରେ ବାରିପଦା ପରେ ଜାନୁଆରୀ ୧୬ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାରେ ସାଧାରଣ ସଭାରେ ମୋଦି ଯୋଗଦେବେ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

modi

ଜାନୁଆରି ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅନ୍ୟପଟେ, ଜାନୁଆରି ୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଲାଙ୍ଗୀର ଗସ୍ତ କରୁଛନ୍ତି । ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ପଡ଼ିଆରେ ନିର୍ମାଣ ହେଉଥିବା ନୂତନ ଇନଡୋର ଷ୍ଟାଡିୟମକୁ ସେହିଦିନ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିବେ। ଏନେଇ ଗୁରୁବାର ପୂର୍ବ ରାଜ୍ୟ ବିଜେପି ସଭାପତି ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ ସହରର ବିଭିନ୍ନ ସ୍ଥାନ ବୁଲି ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜାଗା ଚିହ୍ନଟ କରିଛନ୍ତି।

ପାଟଣାଗଡ଼ ରୋଡ ହନୁମାନ ମନ୍ଦିର ନିକଟରେ ଥିବା ଖାଲି ପଡ଼ିଆରେ ଏହି ବିଶାଳ ରାଲି କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୩୧ ତାରିଖ ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତାଙ୍କ ନେତୃତ୍ବରେ ସ୍ଥାନୀୟ ରୋଶନୀ ପବ୍ଲିକ ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ କରାଯିବାର ଯୋଜନା ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକ କହିଛନ୍ତି।

ପଢନ୍ତୁ; ରିଲିଜ ହେଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ENO Beuro

ଜୁନ ୨୧ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ

Ratnamani Moharana

ମୋଦିଙ୍କ ବିରୋଧରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

Ratnamani Moharana

Leave a Comment