News

ସେପ୍ଟେମ୍ବର ୨୨ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

pm

ଝାରସୁଗୁଡାରୁ କରିବେ ବିମାନ ସେବା ଶୁଭାରମ୍ଭ

ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ।ଏନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ଯେ ସେ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡାରେ ପହଞ୍ଚି ସେଠାରେ ଏୟାରପୋର୍ଟକୁ ଉଦଘାଟନ କରିବେ। ଝାରସୁଗୁଡାରେ ସେ ନବନିର୍ମିତ ଏୟାରପୋର୍ଟକୁ ଉଦଘାଟନ କରିବା ସହ ଝାରସୁଗୁଡା-ରାଞ୍ଚି ଫ୍ଲାଇଟର ଶୁଭାରମ୍ଭ କରିବେ।

pm

ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦି ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ସିଧାସଳଖ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ଏକ ହେଲିକପ୍ଟରରେ ତାଳଚେର ଯିବେ। ଅପରାହ୍ନ ପ୍ରାୟ ୫ଟାରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

ପଢନ୍ତୁ; କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ ଦୁଇ ପ୍ରତିଶତ ବୃଦ୍ଧି

Related posts

ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

ENO Beuro

ଡାକ୍ତରଖାନାରେ ଓଲିଉଡର କମେଡି କିଙ୍ଗ ଜୟୀରାମ ସାମଲ

ENO Beuro

Leave a Comment