EnewsOdia.Com

‘ହୁନର ହାଟ’ରେ ‘ଲିଟ୍ଟି ଚୋଖା’ ଖାଇଲେ, ମାଟି କପ୍‌ରେ ଚା’ ପିଇଲେ ମୋଦି

ଦିଲ୍ଲୀ ରାଜପଥରେ ଚାଲିଛି ‘ହୁନର ହାଟ’। ଏଠାରେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ସହ ଭରତର ବିଭିନ୍ନ ପ୍ରାନ୍ତର ଖାଦ୍ୟ ମଧ୍ୟ ମିଳିଛି। ଫେବୃଆରୀ ୧୩ ତାରିଖ ଦିନ ଉଦଘାଟିତ ଏହି ପ୍ରଦର୍ଶନୀ ଏଠାରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଏହାର ଥିମ ରହିଛି ‘କୌଶଳକୁ କାମ’। ଏହି ‘ହୁନର ହାଟ’କୁ ଗତକାଲି ଅଚାନକ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ମଧ୍ୟ ସାମିଲ ଥିଲେ। ହୁନର ହାଟ‌ରେ ମୋଦି ବ୍ୟବସାୟୀ ଏବଂ ଶିଳ୍ପକାରଙ୍କ ସହ କଥା ହେବା ସହ ମଧ୍ୟାହ୍ନଭୋଜନରେ ଲିଟ୍ଟି ଚୋଖା ଖାଇଥିଲେ ଏବଂ ମାଟି କପ୍‌ରେ ଚା’ ପିଇଥିଲେ।

କେନ୍ଦ୍ର କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରିବା ପରେ ପ୍ରଧାନମନ୍ତ୍ରୀ ଆଜି ସିଧାସଳଖ ଯାଇ ‘ହୁନର ହାଟ’ରେ ପହଞ୍ଚି ଯାଇଥିଲେ। ମୋଦୀଙ୍କ ଗସ୍ତକୁ ନେଇ ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଏହି ହୁନର ହାଟରେ ମୋଦୀ ପ୍ରାୟ ୫୦ ମିନିଟ୍‌ ଅତିବାହିତ କରିଥିଲେ।

ପୂର୍ବ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ଲୋକପ୍ରିୟ ଖାଦ୍ୟ ଲିଟ୍ଟି ଚୋଖା ଖାଇବା ପାଇଁ ମୋଦୀ ୧୨୦ ଟଙ୍କା ଦେଇଥିଲେ। ମୋଦୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭୀଙ୍କ ସହ ଚା’ ପିଇଥିଲେ ଏବଂ ୨ କପ୍‌ ଚା’ ପାଇଁ ୪୦ ଟଙ୍କା ଦେଇଥିଲେ।
ପଢନ୍ତୁ: ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

ସମ୍ବନ୍ଧିତ ଖବର

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

Ratnamani Maharana

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

ଆସନ୍ତା ସପ୍ତାହରେ ଆରମ୍ଭ ହେବ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ !

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

CBSE ର ନିର୍ଦେଶ ୭୫% ରୁ କମ ଉପସ୍ଥାପନା ରହୁଥିବା ପିଲାମାନେ ଦେଇପାରିବେନି ବୋର୍ଡ ପରୀକ୍ଷା

Ratnamani Maharana