EnewsOdia.Com

୨ ଦିନିଆ କୋଲକାତା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚିଛନ୍ତି  । ଆଜି ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଉଥିବା ବେଳେ ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ଭେଟିବାକୁ ଯାଉଛନ୍ତି । ସନ୍ଧ୍ୟାରେ ପିଏମ ମୋଦି ଏବଂ ସିଏମ ମମତା ବାନାର୍ଜୀଙ୍କ ରାଜଭବନରେ ସାକ୍ଷାତ ହେବ । ସବୁଠାରୁ ଆଶ୍ଚର୍ଯ୍ୟ କଥା, ମମତା ଏହି ବୈଠକରେ ଯୋଗ ଦେବେନି ବୋଲି ଗତକାଲି ଘୋଷଣା କରିଥିଲେ । ହେଲେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେଉଛନ୍ତି ।  ତେବେ ଏହି ଭେଟଘାଟ ହଠାତ୍ କାହିଁକି ଏ ନେଇ ଅନେକ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନାଅନୁସାରେ , ମୋଦି ସରକାରଙ୍କ ସିଏଏ, ଏନଆରସି, ଏନପିଆର ଏହି ସବୁକୁ ବିରୋଧ କରୁଛନ୍ତି ମମତା ବାନାର୍ଜୀ । ସଡ଼କରୁ ସଂସଦ ତୃଣମୂଳ କଂଗ୍ରେସର ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ବିଜେପି ଓ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିରୋଧ କରୁଥିବା ଦଳକୁ ଏକାଠି କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି । ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଜାନୁଆରୀ ୧୩ ତାରିଖରେ ଏକ ବୈଠକ ଡାକିଛନ୍ତି ।  ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ କୋଲକାତା ଆସୁଥିବାରୁ ଏହାକୁ ଦେଖି ସିଏଏ, ଏନଆରସିକୁ ପ୍ରସଙ୍ଗ କରି ବାମପନ୍ଥୀ, ଛାତ୍ରମାନେ ବିକ୍ଷୋଭ କରିବେ ବୋଲି ଜଣାପଡ଼ିଛି । ତେଣୁ ରାଜଭବନ ଓ ବିମାନ ବନ୍ଦର ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି ।

ପଢନ୍ତୁ: ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ଓହ୍ଲାଇଲା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ନୌସେନା ମଡେଲ୍‌

ସମ୍ବନ୍ଧିତ ଖବର

ଆରମ୍ଭ ହେଲା ବିଜେଡିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ

Ratnamani Maharana

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Ratnamani Maharana

‘ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ’

Ratnamani Maharana

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ୍ ଶାହା

Ratnamani Maharana

ବଜେଟ୍‌ ଦସ୍ତାବିଜ ଛାପା କାମ ପୂର୍ବରୁ ହେବ ହାଲଓ୍ୱା ବଣ୍ଟନ ଉତ୍ସବ

Ratnamani Maharana