ସାବଧାନ ପାକିସ୍ତାନ! ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

modi

ସାବଧାନ ପାକିସ୍ତାନ, ସାବଧାନ ଆତଙ୍କବାଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଏବଂ ସୀମା ଆରପାରିରୁ କାର୍ଯ୍ୟ ଚଳାଉଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ କଠୋର ଚେତାବନୀ ଦେଇଛନ୍ତି। ମୋଦି କହିଛନ୍ତି ଯେ ସୁରକ୍ଷାବାହିନୀକୁ ସ୍ବତନ୍ତ୍ର ସ୍ବାଧୀନତା ଦିଆଯାଇଛି । ବିଶ୍ବରେ ପାକିସ୍ତାନ ଅଲଗା ପଡିଯାଇଛି । ଲୋକଙ୍କ ମଧ୍ୟରେ କ୍ରୋଧ, ଆକ୍ରୋଶ ରହିଛି । ପୁଲଓ୍ବାମା ହମଲାର ମୁହଁତୋଡ ଜବାବ ଦିଆଯିବ । ସାବଧାନ ପାକିସ୍ତାନ, ସାବଧାନ ଆତଙ୍କବାଦୀ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି । ପାକିସ୍ତାନର ଚକ୍ରାନ୍ତ ସଫଳ ହେବନି।

ପାକିସ୍ତାନର ନାଁ ନ ଧରି ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଲେ,ବିଶ୍ୱରୁ ବାସନ୍ଦ ହୋଇଥିବା ଆମର ପଡ଼ୋଶୀ ଯଦି ଭାବୁଛି ସେ କୌଶଳ ଓ ଷଡ଼ଯନ୍ତ୍ର ଦ୍ୱାରା ଭାରତକୁ ଉଚ୍ଛନ୍ନ କରିଦେବ, ତେବେ ସେ ବଡ଼ ଭୁଲ୍‌ କରୁଛି। ସେ କହିଛନ୍ତି ଏ ଆକ୍ରମଣର କଡ଼ା ଜବାବ ଦିଆଯିବ।

ସୂଚନାଯୋଗ୍ୟ,ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ପ୍ରାୟ ୪୦ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥ। ଗୁରୁତ୍ଵର ରହିଛି।

ପଢନ୍ତୁ; ଆଜିଠୁ ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More