News

ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

modi

ପୁଲୱାମା ସହିଦଙ୍କ ପାଇଁ ଏହା ହେଉଛି  ପ୍ରକୃତ ଶ୍ରଦ୍ଧାଞ୍ଜଳି:ମୋଦି

ପାକିସ୍ଥାନ ସୀମା ଭିତରେ ପଶି ଭାରତୀୟ ବାୟୁସେନା ୩୦୦ ଜେଇଏମ ଆତଙ୍କିବାଦୀଙ୍କୁ ନିପାତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏଥିପାଇଁ ସେନାଙ୍କୁ ପ୍ରଶଂସା କରିଛନ୍ତି। ପୁଲୱାମା ସହିଦଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।

ରାଜସ୍ଥାନ ଚୁରୁଠାରେ ଗତକାଲି ଆୟୋଜିତ ଏକ ଜନସମାବେଶରେ ଭାଷଣ ଆରମ୍ଭ କରିବା କ୍ଷଣି ମୋଦୀ ସିଧା ବାୟୁସେନା ଆକ୍ରମଣ କଥା ଉଠାଇଥିଲେ। କହିଥିଲେ,ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ରହିଛି।

ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି। ଦେଶ ଠାରୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ,ଗତକାଲି ଭୋର ୩ଟା ୩୦ରେ ମିରାଜ୍‌ ଫାଇଟର ଜେଟ୍‌-୨୦୦୦ ଦ୍ୱାରା ଏଲଓସି ସେପଟେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ ବାୟୁସେନା।

ପଢନ୍ତୁ; ପାକିସ୍ତାନୀ ଗୁଇନ୍ଦା ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

Related posts

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ବାହୁଡାଯାତ୍ରା ବେଳେ ଅଘଟଣ: ରଥ ଚକା ତଳେ ଚାଲିଗଲା ଜୀବନ

ENO Beuro

ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା

ENO Beuro

Leave a Comment