News

ରାଜସ୍ଥାନ ସଡ଼କ ଦୁର୍ଘଟଣା :ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଆହତ,ଡ୍ରାଇଭର ମୃତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍‌ ଆହତ

ଅବସରପ୍ରାପ୍ତ ସ୍କୁଲ୍‌ ଶିକ୍ଷୟିତ୍ରୀ ଯଶୋଦାବେନ୍‌ ବ୍ରାହ୍ମଣଓ୍ଵାଡ଼ା ଗାଁରେ ବାସ କରନ୍ତି। ମୋଦିଙ୍କ ଜନ୍ମିତ ସହର ବଡ଼ନଗର ଠାରୁ ତାହା ୩୫ କିଲୋମିଟର ଦୂର। ବୁଧବାର ସକାଳେ ରାଜସ୍ଥାନ ଅନ୍ତର୍ଗତ ବେଗୁ ନିକଟବର୍ତ୍ତୀ କୋଟା-ଚିତ୍ତୋରଗଡ଼ ଚାରିଥାକିଆ ରାସ୍ତାରେ ଦୁର୍ଘଟଣା ଘଟିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍‌ ଆହତ ହୋଇଛନ୍ତି । ତାଙ୍କ ସହ ଯାତ୍ରା କରୁଥିବା କାର୍‌ର ଚାଳକଙ୍କର ମୃତ୍ୟୁ ଘଟିଛି। ସେଥିରେ ଥିବା ଅନ୍ୟ ଦୁଇ ଜଣ ମହିଳା ଏବଂ ଜଣେ ଏସ୍‌ପିଜି କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।

ଯଶୋଦାବେନ୍‌ ପୂର୍ବାହ୍ନ ୧୦ଟା ବେଳେ ବାରାର ଅତ୍ରୁ ଠାରୁ ଉଦୟପୁର ଆଡ଼କୁ ଯାଉଥିବା ବେଳେ କାର୍‌ଟି ଗୋଟାଏ ଟ୍ରଲର୍‌ ଟ୍ରକ୍‌ରେ ଧକ୍କା ଖାଇଥିଲା। ଟ୍ରଲର୍‌ ଟ୍ରକ୍‌ ଚାଳକ ହଠାତ୍‌ ବ୍ରେକ୍‌ କଷି ଦେବାରୁ ପଛେ ପଛେ ଯାଉଥିବା କାର୍‌ ତା’ ପଛ ପଟେ ପିଟି ହୋଇ ଯାଇଥିଲା।ଯଶୋଦାବେନ୍‌ଙ୍କ ଶରୀରର କେତେ ଜାଗାରେ ସାମାନ୍ୟ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଅଛନ୍ତି।

ତାଙ୍କୁ ଚିତ୍ତରଗଡ଼ସ୍ଥିତ ଜିଲ୍ଲା ସରକାରୀ ହସ୍‌ପିଟାଲ୍‌ରେ ଦାଖଲ କରାଯାଇଛି। ଅନ୍ୟ ଦୁଇ ମହିଳାଙ୍କର ମଧ୍ୟ ଚିକିତ୍ସା କରାଯାଉଛି। କମାଣ୍ଡୋଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଟ୍ରକ୍‌ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ବେଗରୁନ୍‌ର ସର୍କଲ୍‌ ଅଧିକାରୀ ରାଜେଶ ରାଜୋରା କହିଛନ୍ତି।ଅଭିଯୁକ୍ତ ଟ୍ରକ୍‌ ଚାଳକଙ୍କୁ ଅଟକ ରଖା ଯାଇଛି। ମୃତ କାର୍‌ ଚାଳକଙ୍କ ନାମ ବସନ୍ତ ବୋଲି କୁହାଯାଉଛି।

ପଢନ୍ତୁ ;

ଆସନ୍ତୁ ଜାଣିବା ଏଥର ଭାଲେଣ୍ଟାଇନ ଡ଼େ କେଉଁ ରାଶିଙ୍କ ପାଇଁ ଖାସ ରହିବ

Related posts

ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ

ENO Beuro

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

ENO Beuro

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

ENO Beuro

Leave a Comment