POLITICALS

ଓଡିଶାରେ ବିକାଶ ଚାହୁଁଥିଲେ ପଦ୍ମ ଫୁଟାଅ ବୋଲି କହିଲେ ମୋଦି

ଦାରିଦ୍ର୍ୟ ହଟାଇବାର ଜଡିବୁଟି ହେଉଛି କଂଗ୍ରେସ ହଟାଅ

ଆଜି ସୁନ୍ଦରଗଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ବର୍ଷିଛନ୍ତି ଓଡିଶା ସରକାର କଂଗ୍ରେସ  ଉପରେ। ଓଡ଼ିଶାରେ ସବୁ ଥାଇ ବି କାହିଁକି ଓଡ଼ିଶା ପଛରେ ରହିଛି । ବିଜେଡି ଶାସନରେ ଭେଦଭାବ ମିଳିଛି । ମହାନଦୀ ଓ ତେଲ ନଦୀରେ ପାଣି ଉପଯୋଗ ହୋଇପାରୁନି । କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ଅଟକାଉଛନ୍ତି ବୋଲି ଆକ୍ଷେପ ଲଦିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ଆକ୍ଷେପ କରି ମୋଦି କହିଛନ୍ତିକି, କଂଗ୍ରେସ ପାଖରେ ସବୁ ସୁଯୋଗ ଥିଲା । ପୀଢ଼ି ପରେ ପୀଢ଼ି ଦାରିଦ୍ର୍ୟ ହଟାଇବାର ନାରା ଦିଆଯାଉଛି । କଂଗ୍ରେସ ହଟିଲେ ଗରିବୀ ଆପଣା ଛାଏଁ ହଟିଯିବ  ବୋଲି କହିଛନ୍ତି ନରେନ୍ଦ୍ର ମୋଦି।

ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା ଝାଡ଼ଖଣ୍ଡରେ ସେପରି କିଛି ବିକାଶ ହୋଇ ନଥିଲା। ହେଲେ ବିଜେପି ସରକାର ଆସିବା ପରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ସେହିପରି ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର। ଓଡ଼ିଶାରେ ଯେ ପରିବର୍ତ୍ତନ ଅବସ୍ୟମ୍ଭାବୀ , ତାହା ଆଜିର ସଭାରୁ ସ୍ପଷ୍ଟ ହୋଇଯାଇଛି।ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଯେମିତି ଏକ ମଜବୁତ ସରକାର ଅଛି ଓଡ଼ିଶାରେ ବି ସେମିତି ସରକାର ଦରକାର। ଓଡ଼ିଶା ମଜବୁତ ହେବା ଦରକାର। ଆଉ ମଜବୁତ ଓଡ଼ିଶା ପାଇଁ ଏଠାରେ ପଦ୍ମ ଫୁଟିବା   ଦରକାର।
ପଢନ୍ତୁ: ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Related posts

୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

ENO Beuro

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ENO Beuro

Leave a Comment