News

ମତଦାନ ପୂର୍ବରୁ ମା ହିରାବେନଙ୍କ ଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କାଲି ସାରା ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ  ହେଇଥିଲା।  ତୃତୀୟ ପର୍ଯ୍ୟାୟରେ 116ଟି ଆସନ  ପାଇଁ ଚାଲିଥିଲା ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬୬ ପ୍ରତିଶତ ମତଦାନ  ହୋଇଛି। ମତଦାନ ପ୍ରକ୍ରିୟା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟ ଗୁଜୁରାଟର ଅହମଦାବାଦ ପହଞ୍ଚି ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି ।

ଆଶୀର୍ବାଦ ସହ ଉପହାର ଦେଲେ ମା’ ହୀରାବେନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଉଭୟ ମା’ ଓ ମତଦାନ  ଗୁରୁତ୍ବପୂର୍ଣ୍ଣ ।ଭୋଟ୍‌ ଦେବା ପୂର୍ବରୁ ମୋଦୀଜୀ ନିଜ ମା’ ହୀରାବେନ୍‌ଙ୍କୁ ଭେଟି ତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ  ନେବା ସହ ତାଙ୍କ ସହ ଜଳଖିଆ କରିଥିବା ଦେଖା ଯାଇଥିଲା । ସେ କିଛି ସମୟ ମା’ଙ୍କ ସହିତ ସମୟ କାଟିଥିଲେ । ମୋଦୀଜୀ ଆଶୀର୍ବାଦ ନେବା ପରେ ତାଙ୍କ ମା’ ତାଙ୍କୁ ନଡ଼ିଆ, ୫୦୦ଟଙ୍କା ଏବଂ ମିଶ୍ରି  ଉପହାରରେ ଦେଇଥିଲେ । ମା’ଙ୍କଠାରୁ ଆଶୀର୍ବାଦ ନେଇ ମୋଦୀଜୀ ଅହମ୍ମଦାବାଦ୍‌ର ରନିପ୍‌ରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିଲେ।
ପଢନ୍ତୁ: ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Related posts

ରାଜଧାନୀରେ ହାବିଲଦାରଙ୍କ ଦାଦାଗିରି: ସିନେମା ଷ୍ଟାଇଲରେ ପିସ୍ତଲ ଦେଖାଇ ଧମକ

Ratnamani Moharana

ଆଜି ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ

ENO Beuro

ବିଷାକ୍ତ ଛତୁ ଖାଇ ୨ ମୃତ, ୨ ଗୁରୁତର

ENO Beuro

1 comment

Leave a Comment