EnewsOdia.Com

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

ପଦାକୁ ଆସୁଛି ପାକିସ୍ତାନର ଗୋଟିଏ ପରେ ଗୋଟିଏ ହୀନ ଉଦ୍ୟମ। ଆତଙ୍କବାଦୀଙ୍କ ହିଟଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ହାତରେ ହିଟଲିଷ୍ଟର ତାଲିକା ମିଳିଛି। ଏହି ତାଲିକରେ ୧୨ଜଣଙ୍କ ନାଁ ରହିଛି। ଭାରତୀୟ ନାଁ ଯୋଡ଼ା ଯାଇ ଆତଙ୍କବାଦୀ ସଂଗଠନ ଅଲ ଇଣ୍ଡିଆ ଲସ୍କର ଏ ତୋଏବାର ଏହି ଲିଷ୍ଟ ଜାରି ରହିଛି। ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ସହ ଅନେକଙ୍କୁ ଟାର୍ଗେଟ ନେଇ ସଂଗଠନ ଷଡ଼ଯନ୍ତ୍ର କରିଥିବା ଏନଆଇଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋହଲିଙ୍କ ବ୍ୟତୀତ ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ମୋହନ ଭାଗବତ ମଧ୍ୟ ରହିଛନ୍ତି।

ଏନ୍‌ଆଇଏ ଏହି ଚିଠିକୁ ବିସିସିଆଇ ପାଖକୁ ପଠାଇ ଦେଇଛି। ଏଥିରେ କୁହାଯାଇଛି ଯେ କେରଳର କୋଝିକୋଡ୍‌ରେ ଥିବା ଅଲ ଇଣ୍ଡିଆ ଲସ୍କର ନାମକ ଆତଙ୍କୀ ସଂଗଠନ ବିରାଟ କୋହଲି ଓ ଅନ୍ୟ ରାଜନେତାଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି। ଅବଶ୍ୟ ଏହି ଚିଠି କେବଳ ଡରାଇବା ପାଇଁ ଦିଆଯାଇ ଥାଇପାରେ। ହେଲେ ଦିଲ୍ଲୀ ପୁଲିସ୍‌ ଏହାକୁ ହାଲୁକା ଭାବେ ଆଦୌ ନେଇନାହିଁ। ବର୍ତ୍ତମାନ ମ୍ୟାଚ୍‌ ହେବାକୁ ଥିବା ଷ୍ଟାଡିୟମ ଏବଂ ପ୍ରତ୍ୟେକ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି।

ପଢନ୍ତୁ: ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

ସମ୍ବନ୍ଧିତ ଖବର

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

ରାଜ୍ୟରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା, ଆହୁରି ବଢିବ ଶୀତ

Ratnamani Maharana

ବି.ଜେ.ଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ

Ratnamani Maharana

୨୩ରୁ ପୁଣି ଲେଉଟିବ ଶୀତ

Ratnamani Maharana