ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ କିଛି ନୂଆ ପ୍ଲାନ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁମାନଙ୍କୁ ସୁନା ରିଙ୍ଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।।
ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ କିଛି ନୂଆ ପ୍ଲାନ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁମାନଙ୍କୁ ସୁନା ରିଙ୍ଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।। ଅନ୍ୟାନ୍ୟ ଯୋଜନା ସହ ଏହି ଅବସରରେ ୭୨୦ କିଲୋଗ୍ରାମ ମାଛ ବଣ୍ଟନ ମଧ୍ୟ ସାମିଲ୍ ହୋଇଛି। ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍ କହିଛନ୍ତି କି – ଆମେ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ୍ ହସ୍ପିଟାଲକୁ ଚୟନ କରିଛୁ । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ଦିଆଯିବ।
ମୁଦି ବଣ୍ଟନ କାର୍ଯ୍ୟକ୍ରମରେ ଜଡିତ ଖର୍ଚ୍ଚ ବିଷୟରେ ମୁରୁଗାନଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ ପ୍ରତ୍ୟେକ ମୁଦି ପ୍ରାୟ ୨ ଗ୍ରାମ ସୁନା ହେବ। ଯାହାର ମୂଲ୍ୟ ୫୦୦୦ ଟଙ୍କା ହୋଇପାରେ। ଏହା ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ। ଏନେଇ ବିଜେପିର ଲୋକାଲ୍ ୟୁନିଟ୍ର ଅନୁମାନ କି ହସ୍ପିଟାଲ୍ରେ ୧୭ ସେପ୍ଟେମ୍ବରରୁ ୧୦-୧୫ ଶିଶୁ ଜନ୍ମ ହୋଇପାରନ୍ତି।
୭୨୦ କିଲୋ ମାଛ ବାଣ୍ଟନ ଯୋଜନା-
ଏହି ଅବସରରେ ଦକ୍ଷିଣ ରାଜ୍ୟ ଅନନ୍ୟ ଯୋଜନା ପ୍ରସ୍ତୁତ କରିଛି। ମତ୍ସ୍ୟ ମନ୍ତ୍ରୀ କହିଛନ୍ତି ୭୨୦ କିଲୋଗ୍ରାମ ମାଛ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀକୁ ଚୟନ କରାଯାଇଛି । ଆମେ ଜାଣୁ ପିଏମ୍ ମୋଦି ଶାକାହାରୀ । ବାସ୍ତବରେ ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଛନ୍ତି। ତେଣୁ ୭୨୦ ସଂଖ୍ୟାକୁ ଚୟନ କରାଯାଇଛି।
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ପର୍ଯ୍ୟନ୍ତ ‘ସେବା ପାଖୱାଡେ’ ପାଳନ କରିବ। ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ।ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଏହି ଅବସରରେ ଏକ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯିବ। ଅକ୍ଟୋବର ୧୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଦୌଡ ପାଇଁ ପତାକା ଦେଖାଇବେ। ସହରର ସମସ୍ତ ବସ୍ତିରୁ ପ୍ରାୟ ୧୦,୦୦୦ପିଲା ଏବଂ ଯୁବକ ଏହି ଦୌଡ଼ରେ ଅଂଶଗ୍ରହଣ କରିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।