News

ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି : ଦୋଷୀଙ୍କୁ ଦଣ୍ଡ ମିଳିବ

ଝିଅଙ୍କୁ ନ୍ୟାୟ ମିଳି କି ହିଁ ରହିବ

ଜାମ୍ମୁ-କାଶ୍ମୀରର କାଠୁଆ ଏବଂ ଉତର ପ୍ରଦେଶର ଉନାଓରେ ଏହି ଦୁଇଟି ବଳାତ୍କାର ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ । ଦେଶସାରା ଅସନ୍ତୋଷ ଏବଂ କ୍ରୋଧ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିଷୟରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି  କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ , କୋଠରରୁ କୋଠର ଦଣ୍ଡ ବିଧାନ କରାଯିବ ବୋଲି ମୋଦି ପ୍ରକାଶ କରିଛନ୍ତି । ଦେଶ ଓ ସମାଜ ପାଇଁ ଏହା କଳଙ୍କ , ଏହା ଏକ ଲଜ୍ୟାକର  ବିଷୟ ବୋଲି ମୋଦି ସୂଚନା ଦେଇଛନ୍ତି । ମୁଁ ଦେଶକୁ କଥା ଦେବାକୁ ଚାହେଁ କୌଣସି ଦୋଷୀବ୍ୟକ୍ତିଙ୍କୁ ଛଡା ଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ନାରୀ ହେଉଛନ୍ତି ନାରାୟଣୀ , ନାରୀଙ୍କ ପ୍ରତି ହେଉଥିବା କୌଣସି ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ମେହବୁବା ମୁଫତି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଦୁଇ ବିଜେପି ମନ୍ତ୍ରୀ । ଶିଳ୍ପମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲାଲ ସିଂ ନିଜନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଭିଯୋଗ ଅନୁସାରେ କାଠୁଆ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ ସାଂଝୀ ରାମ ସପକ୍ଷରେ ହିନ୍ଦୁ ଏକତା ମଂଚ ବାହାର କରିଥିବା ରାଲିର ନେତୃତ୍ୱ ନେଇଥିଲେ ବିଜେପିର ଏହି ଦୁଇ ମନ୍ତ୍ରୀ ।

ସେପଟେ ଜଣେ ୮ ବର୍ଷର ଝିଅକୁ ଗଣବଳାକ୍ରାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା ଜିଲ୍ଲା ବାର୍ ଆସୋସିଏସନ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ସେହିପରି ଉତରପ୍ରଦେଶର ଉନାଓରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବିଜେପି ବିଧାୟକଙ୍କୁ ଗିରଫ କରାଯାଇଛି ।

ପଢନ୍ତୁ ;

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

Related posts

ଋଣ ସୁଝିବା ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

Ratnamani Moharana

ଆଜି କୋରାପୁଟର କମଳା ପାଇବେ ପଦ୍ମଶ୍ରୀ ପୁରସ୍କାର

Ratnamani Moharana

ହ୍ଵାଟ୍ସଆପ ତୁରନ୍ତ ଅପଡେଟ କରିବାକୁ ପରାମର୍ଶ ଦେଲେ ସାଇବର ଇଣ୍ଟେଲିଜେନ୍ସ

Ratnamani Moharana

1 comment

Leave a Comment