News

ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ :ନରେନ୍ଦ୍ର ମୋଦି

ସ୍ୱିଜରଲାଣ୍ଡ୍‌ର ଡାଭୋସ୍‌ରେ ବିଶ୍ୱ ଅର୍ଥନୈତକ ମଞ୍ଚ (ଡବ୍ଲ୍ୟୁଇଏ)ର ଦୁଇଦିନିଆ ୪୮ ତମ ବାର୍ଷିକ ବୈଠକ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସ୍ୱିଜରଲାଣ୍ଡ୍‌ରେ ପହଞ୍ଚିଛନ୍ତି। ସେ ଅନ୍ତର୍ଜାତୀୟ ରାଷ୍ଟ୍ର ସମ୍ପ୍ରଦାୟ ଆଗରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କିତ ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଡାଭୋସ୍‌କୁ ଗତ ୨୦ ବର୍ଷ ଭିତରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା ବେଳେ ମୋଦିଙ୍କ ସହ ମଧ୍ୟ ଅରୁଣ ଜେଟ୍‌ଲି, ସୁରେଶ ପ୍ରଭୁ, ଧର୍ମେନ୍ଦ୍ର ପ୍ରଧାନ, ପିୟୂଷ ଗୋଏଲ, ଏମ୍‌ଜେ ଆକବର ଏବଂ ଜିତେନ୍ଦ୍ର ସିଂହଙ୍କ ପରି ୬ ଜଣ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।

ସାରା ବିଶ୍ୱ ଆଗରେ ଭାରତର ଅର୍ଥବ୍ୟବସ୍ଥାକୁ ଉପସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ନିବେଶ ଓ ଭାରତର ଅର୍ଥନୀତି ଉପରେ ମୋଦି ଭାଷଣ ରଖିବେ । ଅନ୍ତରାଷ୍ଟ୍ରୀୟ ସୁମଦାୟ ସହ ଭାରତର ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିବେ ମୋଦି।

ସେପଟେ ପ୍ରଧାନମନ୍ତ୍ରୀ ଦାଭୋସ ଗସ୍ତକୁ ନେଇ ସ୍ୱିଜରଲାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ବ୍ୟବସାୟୀମାନଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ପରିଲିକ୍ଷିତ ହୋଇଛି ।

ମଧ୍ୟାହ୍ନରେ ମୋଦି ଡବ୍ଲ୍ୟୁଇଏର ୧୨୦ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ବ୍ୟାବସାୟିକ ପରିଷଦ ବୈଠକରେ ଯୋଗ ଦେବେ। ଏହା ବାଦ୍‌ ଭାରତରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ବାବଦରେ ଇନଭେଷ୍ଟ୍‍ ଇଣ୍ଡିଆ ଦ୍ୱାରା ୭ଟି ଗୋଲ୍‌ ଟେବୁଲ୍‌ ବୈଠକ ହେବାର ଯୋଜନା ରହିଛି। ଏହି ବୈଠକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଭାରତୀୟ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି। ସେହିପରି ଭାରତର ଦୁଇ ଯୋଗ ଗୁରୁଙ୍କ ଦ୍ୱାରା ଏଠାରେ ଯୋଗ କରାଯିବାର ଆୟୋଜନ ମଧ୍ୟ କରାଯାଇଛି।

ପଢନ୍ତୁ ;

ବିଏସ୍‌ଏଫ୍‌ ଧ୍ୱଂସ କଲା ପାକ୍‌ ସେନାର ଅସ୍ତ୍ରଭଣ୍ଡାର

 

Related posts

ବାତ୍ୟା ପରେ ମହଙ୍ଗା ମାଡ

Ratnamani Moharana

ଆର୍‌ବିଆଇକୁ ଆଉ ଏକ ଝଟକା, ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ଯ୍ୟ

Ratnamani Moharana

ରାଜଧାନୀରେ ମର୍ଡର,ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କଲା ପୁଲିସ୍‌

ENO Beuro

Leave a Comment