February 17, 2019

୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

modi1

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଲାଙ୍ଗିର ଗସ୍ତରେ ଆସି ସେଠାରେ ପ୍ରାୟ ୧୫୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପୂର୍ବାହ୍ନ ୧୧ଟା ୧୦ରେ ପଥରଚେପା ପଡିଆଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାଠାରେ ବହୁମୂଖି ଲଜିଷ୍ଟିକ ପାର୍କ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଊପଲକ୍ଷେ ଆୟୋଜିତ ହୋଇଥିବା ଏକ ସବାରେ କହିଥିଲେ ଯେ ପୂର୍ବ ଭାରତର ବିକାଶ ସହିତ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରି ଆସିଅଛି ।

modi1

ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବଲାଙ୍ଗୀର- ବିଛୁପାଲ୍ଲୀ ରେଳଷ୍ଟେସନ ମଧ୍ୟରେ ନୂଆ ରେଳପଥ ଉଦ୍ଘାଟନ କରିବା ସହିତ ସବୁଜ ପତାକା ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ସୋନପୁର ଠାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।ପାସପୋର୍ଟ ସେବା ପ୍ରଦାନ କରିବା ତଥା ଲୋକମାନଙ୍କ ଯାତ୍ରାଜନିତ ବାଧା ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗିର ଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପଢନ୍ତୁ; ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଘଟଣା: ପାଣ୍ଡ୍ୟା, ରାହୁଲଙ୍କ କ୍ଷମା ପ୍ରାର୍ଥନା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More