POLITICALS

ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

ରାଜଧାନୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା କଲି ଓଡିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ଗସ୍ତରେ ଆସି ପ୍ରଥମେ ସମ୍ୱଲପୁର   ସଭାରେ ଯୋଗ ଦେବେ ଏବଂ ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ରୋଡ୍ ସୋ  ।ମୋଦି ଏହି ରୋଡ୍‌ ଶୋ’ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ, ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡାରେ ଏକ ବିରାଟ ଜନସଭାକୁ  ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର ଯୋଜନା ରହିଛି। ଏନେଇ ବିଜେପି ମୁଖପାତ୍ର ସମୀର ମହାନ୍ତି  ସୂଚନା ଦେଇଛନ୍ତି ।

ଓଡିଶାରେ ନିଜର ଲକ୍ଷ୍ୟକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ଦଳର ହେଭିୱେଟ୍  ନେତାମାନେ ଲଗାତର ଭାବେ ଓଡିଶା ଗସ୍ତରେ ଆସି ପ୍ରଚାର କରିବାରେ ଲାଗିଛନ୍ତି । ତେବେ ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍‌  ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ୍ ଲାଇନ, ପାର୍କିଂ, କାରକେଡ, ମିଟିଂ ସ୍ଥଳର ସୁରକ୍ଷା ଅବସ୍ଥା ପୁଲିସ୍ କମିଶନର ଓ ଡିସିପି ଯାଞ୍ଚ କରିଛନ୍ତି।
ପଢନ୍ତୁ: ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ଦୁନିଆର ସବୁଠାରୁ ବଡ ବିମାନ

Related posts

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro

ସାମୂହିକ ଇସ୍ତଫା ଦେଲେ କଂଗ୍ରେସର ୩ ପୂର୍ବତନ ବିଧାୟକ

Ratnamani Moharana

୨୭ ତାରିଖକୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

Ratnamani Moharana

1 comment

Leave a Comment