News

“ଟାଇମଲେସ ଲକ୍ଷ୍ମଣ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

timeless

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ପ୍ରସିଦ୍ଧ କାର୍ଟୁନିଷ୍ଟ ଆର କେ ଲକ୍ଷ୍ମଣଙ୍କ ଉପରେ ଆଧାରିତ କଫି ଟେବୁଲ ପୁସ୍ତକ “ଟାଇମଲେସ ଲକ୍ଷ୍ମଣ”ର ଉନ୍ମୋଚନ କରିଛନ୍ତି ।ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ ଯେ ଏହି କାଳାତୀତ ସମୟର ଅଂଶବିଶେଷ ହୋଇ ସେ ଆନନ୍ଦିତ । ସେ ଆନନ୍ଦନ ବ୍ୟକ୍ତ କରି କହିଥିଲେ ଯେ ଏହି ପୁସ୍ତକ ମାଧ୍ୟମରେ ଲକ୍ଷ୍ମଣଙ୍କ ସର୍ଜନାକୁ ବୁଝିବା ଲାଗି ସହାୟତା ମିଳିପାରିବ ।

ସେ କହିଥିଲେ ଯେ ଲକ୍ଷ୍ମଣଙ୍କ କାର୍ଯ୍ୟର ଅଧ୍ୟୟନ ସମକାଳୀନ ସମାଜବିଜ୍ଞାନ ଏବଂ ସାମାଜିକ ପରିବେଶକୁ ବୁଝିବାର ଉତ୍ତମ ପଦ୍ଧତି ।

timeless

ସେ କହିଥିଲେ ଯେ ଏହି ପୁସ୍ତକ କେବଳ ଲକ୍ଷ୍ମଣ କିମ୍ବା ତାଙ୍କ ସ୍ମୃତି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ସେହି କୋଟି କୋଟି ଲୋକମାନଙ୍କ ପାଇଁ, ଯେଉଁମାନଙ୍କ ମନ-ମସ୍ତିଷ୍କରେ କୌଣସି ନା କୌଣସି ରୂପରେ ଲକ୍ଷ୍ମଣ ବିଦ୍ୟମାନ ଅଟନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମଣଙ୍କର ସାଧାରଣ ବ୍ୟକ୍ତି ସମୟାତୀତ ଏବଂ ଅଖିଳ ଭାରତୀୟ ରହିଆସିଛି । ସେ କହିଥିଲେ ଯେ ସମସ୍ତ ଭାରତୀୟ ଏବଂ ଲୋକମାନଙ୍କ ସମସ୍ତ ପିଢ଼ି ତାଙ୍କ ସର୍ଜନାରେ ଦୃଷ୍ଟିଗୋଚର ହୋଇଥାଏ । ସାଧାରଣ ବ୍ୟକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି କିପରି ପଦ୍ମ ପୁରସ୍କାର ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଗଲା ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।

ପଢନ୍ତୁ; ଗଣ୍ଠିସ୍ଥାନରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି କି ? ତେବେ ଆପଣାନ୍ତୁ କେତୋଟି ସହଜ ଉପାୟ

Related posts

ଚୀନର ପାକିସ୍ଥାନ ପ୍ରେମ: ପାକିସ୍ଥାନକୁ ଯୋଗେଇ ଦେବ ଅତ୍ୟାଧୁନିକ ଡ୍ରୋନ

Ratnamani Moharana

ପାକିସ୍ତାନକୁ ମୋଷ୍ଟ ଫେଭରଡ ନେସନ ମାନ୍ୟତାରୁ କାଟିଲା ଭାରତ

ENO Beuro

ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

ENO Beuro

Leave a Comment