Loading...

ଆକ୍ସନ ମୋଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ବଦଳିଲା ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

ଆକ୍ସନ ମୋଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ବଦଳିଲା ସରକାରୀ କର୍ମଚାରୀଙ୍କ କାମ କରିବା ସମୟ

ପାକିସ୍ତାନର ସବୁ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସାପ୍ତାହିକ ଅବକାଶ ମିଳିବା ନେଇ ସେ ଆଜି ଘୋଷଣା କରିଛନ୍ତି ।ସେହିପରି ସରକାରୀ କାର୍ଯ୍ୟାଳୟ ଖୋଲିବା ଓ କର୍ମଚାରୀଙ୍କ କାମ କରିବା ସମୟକୁ ୮ ଘଣ୍ଟାରୁ ୧୦ ଘଣ୍ଟା କରିଥିବା ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଆକ୍ସନ ମୋଡରେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । କାର୍ଯ୍ୟକାଳର ପ୍ରଥମ ଦିନରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶେହୱାଜ । ପାକିସ୍ତାନର ସବୁ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସାପ୍ତାହିକ ଅବକାଶ ମିଳିବା ନେଇ ସେ ଆଜି ଘୋଷଣା କରିଛନ୍ତି ।ସେହିପରି ସରକାରୀ କାର୍ଯ୍ୟାଳୟ ଖୋଲିବା ଓ କର୍ମଚାରୀଙ୍କ କାମ କରିବା ସମୟକୁ ୮ ଘଣ୍ଟାରୁ ୧୦ ଘଣ୍ଟା କରିଥିବା ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପୂର୍ବରୁ ସରକାରୀ କର୍ମଚାରୀଙ୍କ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ ଏବେ ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳିବା ନେଇ ପ୍ରଧାନମନ୍ତ୍ରୀ ସରିଫ୍‌ କହିଛନ୍ତି । ଏଥିସହ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସେ ଘୋଷଣା କରିଛନ୍ତି ।

ସେହିଭଳି ପାକିସ୍ତାନର ମୁଦ୍ରାସ୍ଫୀତି ପୃଷ୍ଠଭୂମିରେ ବୃଦ୍ଧି ଦିଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏଥିସହ ଅର୍ଥନୀତିଜ୍ଞ ଚେତାବନୀ ଦେଇଛନ୍ତି ଯେ, ପାକିସ୍ତାନର ନୂଆ ସରକାରଙ୍କୁ ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ବଡ ସମସ୍ୟା ହେବ । ଏହାସହିତ ଇମ୍ରାନ ଖାନ ସରାକର ସମୟରେ ଘୋଷଣା କରାଯାଇଥିବା ରିଲିଫ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପାରିଲେ ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ହୋଇପାରିବ ବୋଲି ଅର୍ଥନୀତିଜ୍ଞ ଆକଳନ କରିଛନ୍ତି

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.