ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ, ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ!

ମୋଦିଙ୍କ ହାତ ଛାଡିଲେ ଚନ୍ଦ୍ରବାବୁ

ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ମନା କରିଦେବା ପରେ ଏନ୍‌ଡିଏରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ମେଣ୍ଟର ପ୍ରମୁଖ ଅଂଶୀଦାର ତେଲୁଗୁ ଦେଶମ ଏହାର ଦୁଇ ଜଣ ମନ୍ତ୍ରୀଙ୍କୁ ଆଜି ମୋଦି ସରକାରରୁ ପ୍ରତ୍ୟାହାର କରିନେଇଛି।ଏଭଳି ପଦକ୍ଷେପ ନନେବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୋନ କରି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନାଇଡ଼ୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ । ସେପଟେ ଆନ୍ଧ୍ରରୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରୁ ଓହରିଗଲେ ଦୁଇ ବିଜେପି ମନ୍ତ୍ରୀ । ଫଳରେ ବିଜେପି ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗତକାଲି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରୋକଠୋକ୍ ମନା କରିଦେବା ପରେ ଚରମ ନିଷ୍ପତି ନେଇଛି ଟିଡିପି । ଜେଟଲୀ କହିଛନ୍ତି ୧୪ତମ ଫାଇନାନ୍ସ କମିସନ ସୁପାରିସ ଆଧାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଇହେବନି, କେବଳ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇପାରିବ କେନ୍ଦ୍ର।

ସାଧାରଣ ବଜେଟରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଘୋଷଣା ନହେବାରୁ ତେଲୁଗୁ ଦେଶମ ପାର୍ଟି ସଂସଦରେ ପ୍ରତିବାଦ ଜାରି ରଖିଥିଲା । ଅରୁଣ ଜେଟଲୀ ମନା କରି ଦେବା ପରେ ଏନଡିଏରୁ ଓହରି ଯିବାକୁ ନିଷ୍ପତି ନେଇଛି ଟିଡିପି।ସଂସଦରେ ଟିଡିପିର ୧୬ ଜଣ ସାଂସଦ ଅଛନ୍ତି । ଆଉ ଆନ୍ଧ୍ର ବିଧାନସଭାରେ ଅଛନ୍ତି ୪ ଜଣ ବିଜେପି ବିଧାୟକ । କେନ୍ଦ୍ର ସରକାରରୁ ଟିଡିପି ଓହରିଗଲେ ଯେପରି ମୋଦି ସରକାରଙ୍କ କିଛି ଅସୁବିଧା ହେବନାହିଁ । ସେହିପରି ଆନ୍ଧ୍ରରୁ ବିଜେପି ବିଧାୟକ ଓହରିଗଲେ ଚନ୍ଦ୍ରବାବୁଙ୍କ ସରକାରର କିଛି କ୍ଷତି ହେବନାହିଁ । ତେବେ ଟିଡିପି ଓହରିଗଲେ ଏନଡିଏର ଶକ୍ତି କ୍ଷୟ ହେବା ନିଶ୍ଚିତ।

ପଢନ୍ତୁ;

ଏହି ଧରଣର ଲୋକଙ୍କୁ କରନ୍ତୁ ନାହିଁ ବିଶ୍ୱାସ? ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

Related posts

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More