POLITICALS

ଆଜି ଆକାଶବାଣୀ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦି

Untitled 1

ଆଜି ଅପରାହ୍ନ ୪ଟା ବେଳେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ଏବଂ ଏହାକୁ ଭାଂଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରିବା ନେଇ ଦେଶବାସୀଙ୍କୁ ଜଣାଇବେ ବୋଲି ସୂଚନା ମିଳିଛି । ଶେଷ ଥର ପାଇଁ ଗତ ମାର୍ଚ୍ଚ ୨୭ ତାରିଖରେ ଦେଶବାସୀଙ୍କୁ ସଂବୋଧନ କରିଥିଲେ ମୋଦି ।  ତେବେ ହଠାତ ରେଡିଓରେ ମୋଦିଙ୍କ ଅଭିଭାଷଣ ଦେବାକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନେହରୁ ଯେପରି ହଠାତ୍‌ ରେଡିଓ ମାଧ୍ୟମରେ ପାକିସ୍ତାନ ସହିତ ଯୁଦ୍ଧ ବିରାମର ଘୋଷଣା କରିଥିଲେ, ଠିକ୍‌ ସେହି ଅନ୍ଦାଜ୍‌ରେ ମୋଦି ମଧ୍ୟ ରେଡିଓରେ ହିଁ କଶ୍ମୀର ପ୍ରସଙ୍ଗରେ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି।

ତେବେ ଗତକାଲି, ମାନେ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସଂବୋଧନ କରିବା ଆଗରୁ , ଏହି ସଂବୋଧନ କରିବାକୁ ଯାଉଛନ୍ତି ।
ପଢନ୍ତୁ: ଏଣିକି ଓଡିଶାର ସମସ୍ତ ବସ୍‌ଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

Related posts

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Ratnamani Moharana

କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Ratnamani Moharana

Former Odisha Health Minister Syed Mustafiz Ahmed Passed Away After Prolonged Illness

ENO Beuro

Leave a Comment