News

ଜାତୀୟ ପୁଲିସ ସ୍ମାରକୀକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

pm

ସ୍ୱାଧୀନତା ପରଠାରୁ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ପୁଲିସ କର୍ମଚାରୀମାନଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଅକ୍ଟୋବର 21) ଜାତୀୟ ପୁଲିସ ସ୍ମାରକୀ (ନ୍ୟାସନାଲ ପୁଲିସ ମେମୋରିଆଲ)କୁ ଲୋକାର୍ପିତ କଲେ।

1959 ମସିହା ଅକ୍ଟୋବର 21 ତାରିଖରେ ଲଦାଖରେ ଚୀନ୍ ସେନା ଦ୍ୱାରା ସହିଦ ହୋଇଥିବା ଭାରତୀୟ ପୁଲିସମାନଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଦିନ ପୁଲିସ ସ୍ମୃତି ଦିବସ ପାଳନ କରାଯାଇଥାଏ।

ଦିଲ୍ଲୀର ଚାଣକ୍ୟପୁରୀର ଉତ୍ତର ଭାଗରେ ଥିବା ଶାନ୍ତି ପୀଠରେ 6.12 ଏକର ଜମିରେ ନିର୍ମାଣ କରାଯାଇଛି ଜାତୀୟ ପୁଲିସ ସ୍ମାରକୀ। ଏହି ସ୍ମାରକୀ ପୀଠ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୁଲିସ ସଂସ୍ଥା ଗୁଡ଼ିକୁ ପ୍ରତିନିଧିତ୍ୱ କରୁଛି ।

1947 ମସିହାରୁ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ 34,844 ଜଣ ପୁଲିସ କର୍ମଚାରୀ ସହିଦ୍ ହୋଇଛନ୍ତି, ସେଥିରୁ ଏ ବର୍ଷ 424 ଜଣ ପ୍ରାଣବଳି ଦେଇଛନ୍ତି । ଏହି ସହିଦ୍ ମାନଙ୍କ ମଧ୍ୟରୁ ଅନେକ ଜୀବନ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାରେ ଉତ୍ସର୍ଗ ହୋଇଛି । ଉଲ୍ଲେଖଯୋଗ୍ୟ, କାଶ୍ମୀର, ପଞ୍ଜାବ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଦେଶର ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ ଅନେକ ପୁଲିସ ବଳିଦାନ ଦେଇଛନ୍ତି।

pm

ଏଥିସହ ଆଇନ ଶୃଙ୍ଖଳା ରକ୍ଷା ଏବଂ ଅପରାଧ ରୋକିବା କ୍ଷେତ୍ରରେ ଅନେକ ପୁଲିସଙ୍କ ଜୀବନ ମଧ୍ୟ ଯାଇଛି । ସ୍ମାରକୀଟି 30 ଫୁଟ ଉଚ୍ଚ ଏବଂ ଏକ ସିଙ୍ଗଲ ପିସ ଗ୍ରାନାଇଟରେ ନିର୍ମିତ ହୋଇଛି । ଏହାର ଓଜନ 238 ଟନ୍ । ଏହାର ଓଜନ ଏବଂ ରଙ୍ଗ ଅପୂର୍ବ ବଳିଦାନର ମହତ୍ତ୍ୱର ପ୍ରତୀକ ଭାବେ ପ୍ରତୀୟ ହେଉଛି । ସ୍ମାରକୀ ପାଦ ଦେଶରେ ପ୍ରବାହିତ 60 ଫୁଟ ଦୈର୍ଘ୍ୟର ଜଳଧାର ପୁରୁଷ ଓ ମହିଳା ପୁଲିସଙ୍କ ଶାନ୍ତି ଓ ଶୃଙ୍ଖଳା ଦିଗରେ ନିରନ୍ତର ସେବାକୁ ବୁଝାଉଛି ।ବୀରତ୍ୱ ପ୍ରାଚୀରରେ ଗ୍ରାନାଇଟ ପ୍ରସ୍ତରରେ 34,844 ସହିଦଙ୍କ ନାମ ଲେଖା ଯାଇଛି ।

ପୁଲିସ ସଂଗ୍ରହାଳୟ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ । ଭାରତୀୟ ପୁଲିସର ଇତିହାସକୁ ଗଢ଼ି ତୋଳିଥିବା ବିଭିନ୍ନ ଜିନିଷ ଏଠାରେ ସ୍ଥାନ ପାଇଛି ।

ପଢନ୍ତୁ; ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

Related posts

ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ENO Beuro

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

୧୧ ଦିନରେ ବାବା ଶିରିଡ଼ି ସାଇ ମନ୍ଦିରକୁ ୧୪. ୫୪ କୋଟି ଟଙ୍କା ଦାନ

ENO Beuro

Leave a Comment