News

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଚଳିତ ବର୍ଷ ପରିବର୍ତ୍ତୀତ ନିୟମାବଳୀ ଅନୁସାରେ ସ୍ୱଚ୍ଛ, ନିରପେକ୍ଷ ଓ ପୁରସ୍କାର ପ୍ରଦର୍ଶନର ଉତ୍କୃଷ୍ଟତା କାର୍ଯ୍ୟ ସମ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ଚୟନିତ ହେଲେ ପୁରସ୍କାର ବିଜେତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ବିଜେତାମାନଙ୍କୁ ଆଜି ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରେ ସମ୍ମାନିତ କରିବେ ଏବଂ ଉପରାଷ୍ଟ୍ରପତି ଆଗାମୀ 5 ସେପ୍ଟେମ୍ବର ଶିକ୍ଷକ ଦିବସରେ ଏକ ସମାରୋହରେ ଏହି ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ପୁରସ୍କାର (2017) ରେ ଶିକ୍ଷକମାନଙ୍କ ଚୟନ ପାଇଁ ଥିବା ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି। ନୂତନ ଯୋଜନାରେ ସ୍ୱଚ୍ଛ, ନିରପେକ୍ଷ ଏବଂ ପୁରସ୍କାର ପ୍ରଦର୍ଶନର ଉତ୍କୃଷ୍ଟତା କାର୍ଯ୍ୟ ସମ୍ପାଦନ ଏବଂ ପ୍ରମୁଖ ରାଷ୍ଟ୍ରୀୟ ପୁରସ୍କାରଗୁଡିକରେ ଥିବା ନୂତନତ୍ୱକୁ ନେଇ ଏହାର ମୂଳ ଆଧାର ରଖାଯାଇଛି।

ନୂତନ ନିୟମାବଳୀରେ ଲକ୍ଷଣଗୁଡିକ ନିମ୍ନରେ ପ୍ରଦତ୍ତ –

ବର୍ତ୍ତମାନଠାରୁ ଆରମ୍ଭ କରି, ସମସ୍ତ ନିୟମିତ ଶିକ୍ଷକମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ ଏବଂ ଏଥିପାଇଁ ଚାକିରିର ସର୍ବନିମ୍ନ ସମୟସୀମାର ଆବଶ୍ୟକତା ନାହିଁ । ଏହାଦ୍ୱାରା ମେଧାବୀ ଯୁବ ଶିକ୍ଷକମାନେ ଆବେଦନ କରିପାରିବେ (ପୂର୍ବରୁ ଥିବା ମାର୍ଗଦର୍ଶିକା ଅନୁଯାୟୀ 15 ବର୍ଷ ଚାକିରୀ କରିସାରିଥିବା ଶିକ୍ଷକମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେଉଥିଲେ) ।

ପ୍ରଥମ ଥର ପାଇଁ, ସମସ୍ତ ଶିକ୍ଷକ ସିଧାସଳଖ ଭାବେ ଏଥିପାଇଁ ଆବେଦନ କରିପାରିବେ ଏବଂ ପୁରସ୍କାର ପାଇଁ ମନୋନୟନ କରିପାରିବେ (ଏହି ସୁବିଧା ପୂର୍ବରୁ ଥିବା ନିୟମାବଳୀରେ ନଥିଲା)

ଶିକ୍ଷକମାନେ ନିଜେ ନିଜର ମନୋନୟନ ପାଇଁ www.mhrd.gov.in. ରେ ଅନଲାଇନରେ ଆବେଦନ କରିପାରିବେ । ଏହି ୱେବ ପୋର୍ଟାଲ ଆଡମିନିଷ୍ଟ୍ରେଟିଭ ଷ୍ଟାଫ କଲେଜ ଅଫ ଇଣ୍ଡିଆ (ASCI) ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏହି ସଫ୍ଟଓୟାର ବିନା ତ୍ରୁଟିରେ ଅବା ଅଭିଯୋଗରେ ଚାଲିଛି (ପ୍ରଥମ ଥର ପାଇଁ ଅନଲାଇନରେ ଏହିଭଳି ପୁରସ୍କାରର ଆବେଦନ ପତ୍ର ମଗାଯାଉଛି)।

ଦେଶର ବିଭିନ୍ନ ପ୍ରାନ୍ତରୁ 6692ଟି ଆବେଦନ ପତ୍ର ଶିକ୍ଷକମାନଙ୍କଠାରୁ ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇସାରିଛି । ଏଥିରୁ ପରିଲକ୍ଷିତ ହେଉଛି ଯେ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସଫଳ ହୋଇଛି।

ପୁରସ୍କାର ସଂଖ୍ୟା 45 କରାଯାଇଛି । ପୁରସ୍କାରର ସମ୍ମାନକୁ ବଜାୟ ରଖିବା ନିହାତି ଆବଶ୍ୟକ (ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ ପୁରସ୍କାର ବିଜେତାଙ୍କ ସଂଖ୍ୟା 300ରୁ ଉର୍ଦ୍ଧ୍ଵ ଥିଲା) ।

modi ଶିକ୍ଷକ ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ modi 1

ପ୍ରାପ୍ତ ମୋଟ ଆବେଦନ ପତ୍ରଗୁଡିକ ମଧ୍ୟରୁ ପ୍ରତ୍ୟେକ ଜିଲାରୁ 3ଜଣ ସର୍ବୋତ୍ତମ ଶିକ୍ଷକ ଚୟନ କରିଛନ୍ତି ଏବଂ ଏହାକୁ ଚୟନ କରିଥିବା ରାଜ୍ୟସ୍ତରୀୟ/ କେନ୍ଦ୍ରଶାସିତ ଅଂଚଳରେ ଶିକ୍ଷା ବିଭାଗର ସଚିବଙ୍କ ଅଧିନରେ ଗଠିତ କମିଟିକୁ ପୁନର୍ବାର ପଠାଯାଇଛି । ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଏବଂ ପ୍ରତିଷ୍ଠାନରୁ ପରିଶେଷରେ ମୋଟ 152ଜଣଙ୍କୁ ଚୟନ କରାଯାଇଛି ।

ଏକ ସ୍ୱତନ୍ତ୍ର ବିଚାରକମଣ୍ଡଳୀ ଦ୍ୱାରା ଅନ୍ତିମ ଚୟନ କରାଯାଇଛି । ନୂତନ ସର୍ତ୍ତାବଳୀ ଅନୁସାରେ ସ୍କୁଲ ଏବଂ ସେମାନଙ୍କ କାର୍ଯ୍ୟରେ ସ୍ୱତନ୍ତ୍ର କାର୍ଯ୍ୟ କରିବା ସହିତ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ କାର୍ଯ୍ୟ କରିଥିବା ଶିକ୍ଷକମାନଙ୍କୁ ଚୟନ କରାଯାଇଛି।

ପଢନ୍ତୁ; ଆସନ୍ତୁ ଜାଣିବା ଡିପ୍ରେସନର ଶାରୀରିକ ଲକ୍ଷଣ

Related posts

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ENO Beuro

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

ENO Beuro

ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More