News

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ ଆଜି ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉଦ୍ଦେଶ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ଦିଗରେ ଆଇପିପିବିକୁ ଜନସାଧାରଣଙ୍କ ପାଇଁ ଏକ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କ ଭାବେ ପରିକଳ୍ପନା କରାଯାଇଛି । ଏହା ଡାକ ବିଭାଗର ବିଶାଳ ନେଟୱାର୍କର ସହାୟତା ନେବ, ଯାହାକି ୩,୦୦,୦୦୦ ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଗଠିତ ଏବଂ ଦେଶର ପ୍ରତିଟି ଅଂଚଳକୁ ଅନ୍ତର୍ଭୁକ୍ତ କରିବ । ଏହିପରି ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ପହଂଚକୁ ବ୍ୟାପକ ଭାବେ ବୃଦ୍ଧି କରିବ।

ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତର ଲାଭକୁ ଆମ ଦେଶର ଦୁର୍ଗମ ଅଂଚଳରେ ପହଂଚାଇବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଆଇପିପିବିର ଶୁଭାରମ୍ଭ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

pm ଇଣ୍ଡିଆ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ pm

ଶୁଭାରମ୍ଭ ଦିନ ଦେଶବ୍ୟାପୀ ଆଇପିପିବିର ୬୫୦ଟି ଶାଖା ଏବଂ ୩୨୫୦ଟି ଏକ୍ସେସ ପଏଣ୍ଟ ଖୋଲାଯିବ । ଏକାସଙ୍ଗେ ଉକ୍ତ ଶାଖା ଏବଂ ଏକ୍ସେସ ପଏଣ୍ଟଗୁଡ଼ିକରେ ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

୨୦୧୮ ଡିସେମ୍ବର ୩୧ସୁଦ୍ଧା ଦେଶର ସମଗ୍ର ୧.୫୫ ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସିଷ୍ଟମ ଦ୍ୱାରା ସଂଯୁକ୍ତ କରାଯିବ।

ଆଇପିପିବି ଅନେକ ଉତ୍ପାଦ ସୁବିଧା ପ୍ରଦାନ କରିବ ଯେଉଁଥିରେ କି ସାମିଲ ରହିଛି ସଂଚୟ ତଥା ବର୍ତ୍ତମାନର ଏକାଉଣ୍ଟ, ଅର୍ଥ ସ୍ଥାନାନ୍ତର, ସିଧାସଳଖ ଲାଭାଂଶ ସ୍ଥାନାନ୍ତର, ବିଲ ଓ ଆବଶ୍ୟକ ଦେୟ, ଏଣ୍ଟରପ୍ରାଇଜ ଓ ମର୍ଚ୍ଚାଂଟ ଦେୟ । ଏହି ଉତ୍ପାଦଗୁଡ଼ିକ ଏବଂ ଏଥିସହିତ ସମ୍ପର୍କିତ ସେବାଗୁଡ଼ିକୁ ବିବିଧ ଚ୍ୟାନେଲ (କାଉଣ୍ଟର ସେବା, ମାଇକ୍ରୋ-ଏଟିଏମ, ମୋବାଇଲ ବେଙ୍କିଂ ଆପ, ଏସଏମଏସ ଓ ଆଇଭିଆର) ମାଧ୍ୟମରେ ବ୍ୟାଙ୍କର ସ୍ୱଦେଶୀ ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ପ୍ରଦାନ କରାଯିବ।

ପଢନ୍ତୁ; ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

Related posts

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

ENO Beuro

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ENO Beuro

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More