News

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 23, 2018ରେ ଝାଡ଼ଖଣ୍ଡର ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ)ର ଶୁଭାରମ୍ଭ କରିବେ । ଏହି ଯୋଜନା ଅଧୀନରେ 10 କୋଟିରୁ ଉର୍ଦ୍ଧ୍ଵ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ପିଏମଜେଏୱାଇର ଏକ ପ୍ରଦର୍ଶନୀ ପରିଦର୍ଶନ କରିବେ। ହିତାଧିକାରୀ ଚିହ୍ନଟ ଏବଂ ଇ-କାର୍ଡ ପ୍ରସ୍ତୁତି ଭଳି କାର୍ଯ୍ୟକଳାପର ପ୍ରଦର୍ଶନକୁ ସେ ଅନୁଧ୍ୟାନ କରିବେ।

modi ଶୁଭାରମ୍ଭ ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ modi 6

ଏହି କାର୍ଯ୍ୟକ୍ରମରେ ଚାଇବାସା ଏବଂ କୁଦେର୍ମାରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିବେ । ଗାଙ୍ଗଟକ, ସିକ୍କିମ ଗସ୍ତ ପୂର୍ବରୁ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ସିକ୍କିମରେ ପାକୟଙ୍ଗ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର 24ରେ ପ୍ରଧାନମନ୍ତ୍ରୀ ପାକୟଙ୍ଗ ବିମାନ ବନ୍ଦରର ଉଦଘାଟନ କରିବେ, ଯାହା ସିକ୍କିମ ରାଜ୍ୟକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ଦେବ । ଏହି ବିମାନବନ୍ଦର ହିମାଳୟ ପାଦଦେଶରେ ଥିବା ରାଜ୍ୟରେ ଉତ୍ତମ ଯୋଗାଯୋଗ ପ୍ରତିଷ୍ଠା କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ପାକୟଙ୍ଗ ବିମାନବନ୍ଦରରେ ପହଁଚିବା ପରେ ବିମାନବନ୍ଦର ଏବଂ ଟର୍ମିନାଲ କୋଠା ବିଷୟରେ ଅବଗତ ହେବେ । ପାକୟଙ୍ଗ ବିମାନବନ୍ଦରର ଉଦଘାଟନ ପାଇଁ ସେ ଫଳକ ଉନ୍ମୋଚନ କରିବେ । ଏହାପରେ ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେବେ।

ପଢନ୍ତୁ; ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

Related posts

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

ENO Beuro

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

ENO Beuro

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More