News

ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏବଂ ଗତକାଲି ଆଣ୍ଡାମାନ ଓ ନିକୋବାର ଦ୍ଵୀପ ସମୂହ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ପୋର୍ଟବ୍ଲେୟାରରେ ପହଞ୍ଚିବେ ।

ପ୍ରଧାନମନ୍ତ୍ରୀ 30 ତାରିଖରେ କାର ନିକୋବାରସ୍ଥିତ ସୁନାମୀ ସ୍ମାରକୀ ପରିଦର୍ଶନରେ ଯିବେ ଏବଂ ସେଠାରେ ସେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୱାଲ ଅଫ ଲଷ୍ଟ ସୋଲ୍ସଠାରେ କେଣ୍ଡଲ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜଣାଇବେ । ଆରୋଙ୍ଗରେ ନିର୍ମିତ ଆଇଟିଆଇ ପ୍ରତିଷ୍ଠାନକୁ ଉଦ୍ଘାଟନ କରିବେ ଏବଂ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଆଧାରଶିଳା ରଖିବେ । ସେଠାରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

pm

ପ୍ରଧାନମନ୍ତ୍ରୀ 30 ତାରିଖ ଦିନ ଦ୍ଵିତୀୟ ଚରଣରେ ପୋର୍ଟବ୍ଲେୟାରଠାରେ ଥିବା ସହିଦ ସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ତା’ପରେ ସେ ଐତିହାସିକ ସେଲ୍ୟୁଲାର ଜେଲ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ପୋର୍ଟବ୍ଲେୟାରର ସାଉଥ ପଏଣ୍ଟଠାରେ ଏକ ସୁଉଚ୍ଚ ଜାତୀୟ ପତାକା ଉତ୍ତୋଳନ କରିବେ । ମାରିନା ପାର୍କଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବେ ।

ପ୍ରଧାନମନ୍ତ୍ରୀ ନେତାଜୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାରୋହରେ ସ୍ଵତନ୍ତ୍ର ସ୍ମାରକୀ ଡାକଟିକଟ, ମୁଦ୍ରା ଏବଂ ଫାଷ୍ଟ ଡେ କଭର ଉନ୍ମୋଚନ କରିବେ । ଭାରତ ମାଟିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ତ୍ରିରଙ୍ଗ ପତାକା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ଵତନ୍ତ୍ର ଡାକଟିକଟ, ମୁଦ୍ରା ଓ କଭର ଉନ୍ମୋଚନ କରାଯାଉଛି । ସମାରୋହରେ ଆଣ୍ଡାମାନ ଓ ନିକୋବାର ଦ୍ଵୀପ ସମୂହ ପାଇଁ ପ୍ରଧାନମନ୍ତ୍ରୀ ନବସୃଜନ ଓ ଷ୍ଟାର୍ଟ ଆପ ନୀତିକୁ ଉନ୍ମୋଚନ କରିବେ । ଗସ୍ତ କାଳରେ ସେ 7 ମେଗାୱାଟ କ୍ଷମତାର ଏକ ସୌର ପ୍ଳାଣ୍ଟ ଏବଂ ସୌର ଗ୍ରାମକୁ ଉଦ୍ଘାଟନ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରି ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ; ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

ENO Beuro

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର, ଜିରୋ ବାଲାନ୍ସ ରେ ଖୋଲନ୍ତୁ ଖାତା

ENO Beuro

୧୬ରୁ ଯୁକ୍ତ ଦୁଇ ରେଗୁଲାର ଫର୍ମ ପୂରଣ,ବଦଳିବନି ପ୍ରଶ୍ନ ପାଟର୍ନ

ENO Beuro

Leave a Comment