News

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ଭାଲସାଡ ଜିଲ୍ଲାର ଜୁଜୱା ଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀମାନଙ୍କ ସାମୂହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ସୂଚନାଯୋଗ୍ୟ ଯେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଗୁଜରାଟ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆବାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ।୨୬ଟି ଜିଲ୍ଲାରେ ଏହି ଆବାସ ଯୋଜନାର ହିତାଧିକାରୀମାନେ ସାମଗ୍ରୀକ ଭାବେ ଗୃହ-ପ୍ରବେଶ କରିବେ । ଭାଲସାଡଠାରେ ଦକ୍ଷିଣ ଗୁଜରାଟର ୫ଟି ଜିଲ୍ଲା- ଭାଲସାଡ, ନାୱସାରୀ, ତାପି, ସୁରଟ ଏବଂ ଡାଙ୍ଗସର ହିତାଧିକାରୀମାନେ ଏକତ୍ରିତ ହେବେ । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବ୍ଲକସ୍ତରରେ ସାମଗ୍ରୀକ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାଲସାଡରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ଏହି ହିତାଧିକାରୀମାନେ ଭଲ ଭାବେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହେବେ।

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ମଧ୍ୟ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆଦି ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତିପତ୍ର ପ୍ରଦାନ କରିବେ । ସେ ମହିଳା ବ୍ୟାଙ୍କ ମିତ୍ରମାନଙ୍କୁ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ଆବଂଟନ କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

pm

ଜୁନାଗଡ଼ଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ଜୁନାଗଡ଼ଠାରେ ଏକ ସରକାରୀ ସାଧାରଣ ଚିକିତ୍ସାଳୟ, ଜୁନାଗଡ଼ ମହାନଗର ନିଗମର ୧୩ଟି ପ୍ରକଳ୍ପ ଏବଂ ଖୋଖାର୍ଦ୍ଦାଠାରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଂଟ । ଏଥିସହିତ ସେ ସମବେତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ଗାନ୍ଧୀନଗରଠାରେ ଗୁଜରାଟ ଫୋରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ନୂଆଦିଲ୍ଲୀ ଫେରିବା ପୂର୍ବରୁ, ସେ ଗାନ୍ଧୀନଗରଠାରେ ସୋମନାଥ ଟ୍ରଷ୍ଟର ବୈଠକରେ ଯୋଗଦେବେ।

ପଢନ୍ତୁ; ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

‘ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ, ବାର୍ଜ ବର୍ଥ କମ୍ପ୍ଲେକ୍ସ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସେବା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More