News

ଆଜି ଓଡ଼ିଶା, ଛତିଶଗଡ଼ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ । ଓଡ଼ିଶାର ତାଳଚେରଠାରେ ସେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ । କୋଇଲା ବାଷ୍ପୀକରଣ ଆଧାରିତ ସାର ଉତ୍ପାଦନ ୟୁନିଟ ଭାବେ ଏହା ହେବ ଦେଶର ପ୍ରଥମ କାରଖାନା । ସାର ବ୍ୟତୀତ ଏହି ପ୍ଲାଂଟରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ, ଯଦ୍ଦ୍ୱାରା ଏହା ଦେଶର ଇନ୍ଧନ ଆବଶ୍ୟକତା ଦିଗରେ ମଧ୍ୟ ଯୋଗଦାନ କରିବ।

ପ୍ରଧାନମନ୍ତ୍ରୀ ଏହାପରେ ଝାରସୁଗୁଡ଼ା ଗସ୍ତ କରିବେ, ସେଠାରେ ସେ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିବେ । ଏହି ବିମାନ ବନ୍ଦର ପଶ୍ଚିମ ଓଡ଼ିଶାକୁ ଭାରତର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଉଡ଼ାନ୍ ଯୋଜନା ଅଧୀନରେ ଆଂଚଳିକ ବିମାନ ଯୋଗାଯୋଗ ସେବା ପ୍ରଦାନ କରିବ ।

pm

ଏହି ଅବସରରେ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲିଙ୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସୁନ୍ଦରଗଡର ଦୁଲଙ୍ଗା କୋଇଲା ଖଣିରୁ ଆନୁଷ୍ଠାନିକ ଭାବେ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜାଞ୍ଜଗିର ଚାମ୍ପାରେ ପହଁଚିବେ । ସେଠାରେ ସେ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିବେ । ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ; ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

Related posts

ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍

ENO Beuro

ସିରିୟାରେ ରାସାୟନିକ ଆକ୍ରମଣ

ENO Beuro

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More