News

ପିଏନ୍‌ବି ମହାଠକେଇ ମାମଲା : ନିରବ ମୋଦୀଙ୍କ ଠାରୁ ୯ଟି ଦାମୀ କାର୍‌ ଜବତ

୯ଟି କାର ସହିତ ୮୬ କୋଟିର ସେୟାର-ମ୍ୟୁଚଲ ଫଣ୍ଡ ଜବତ

ପିଏନ୍‌ବିର ୧୧,୪୦୦ କୋଟି ଟଙ୍କା ଚୁନା ଲଗାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଓ ମେହୁଲ ଚୌକସୀ ଉପରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ୟ୍ୟାନୁଷ୍ଠାନ ଜାରି ରହିଛି। ଆଜି ଇଡି ନିରବ ମୋଦୀ ଓ ତାର କମ୍ପାନୀ ସହିତ ସମ୍ବନ୍ଧିତ ୯ଟି କାର ଜବତ କରିଛି। ଏହି କାରରେ ଗୋଟିଏ ରାଲ୍ସ ରୟାସ ଘୋଷ୍ଟ, ଦୁଇଟି ମର୍ସିଡିଜ ବେଞ୍ଜ ଜିଏଲ ୩୫୦ ସିଡିଆଇ, ଗୋଟିଏ ପର୍ସ ପନାମେରା, ୩ଟି ହୋଣ୍ଡା କାର, ଗୋଟିଏ ଟୋୟୋଟା ଓ ଗୋଟିଏ ଇନୋଭା ସାମିଲ ରହିଛି।

ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ, ଅଚଳ କରାଯାଇଥିବା ଫଣ୍ଡ୍‌ ଏବଂ ସେୟାର୍‌ର ମୂଲ୍ୟ ୮୬. ୭୨ କୋଟି ହେଉଛି ଚୋସ୍‌କି ଏବଂ ତାଙ୍କ ଗ୍ରୁପ୍‌ର ଏବଂ ବାକି ମୋଦି ଗ୍ରୁପ୍‌ ମାଲିକାନାରେ ରହିଛି।ଚୋସ୍‌କି ହେଉଛନ୍ତି ମୋଦିଙ୍କ ମାମୁ ଏବଂ ସେ ଗୀତାଞ୍ଜଳି ଜେମ୍‌ସ୍‌ ଗ୍ରୁପ୍‌ ଏବଂ ଅନ୍ୟାନ୍ୟ ମାର୍କା ଗହଣାର ପ୍ରମୋଟର୍‌।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ,ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡେରିଙ୍ଗ୍‌ ଆକ୍ଟ୍‌ର ଅପରାଧିକ ବ୍ୟବସ୍ଥା ଅଧୀନରେ ମୋଦିଙ୍କ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ସ୍ୱରୂପ ତାଙ୍କର ୯ଟି ଅତି ଦାମିକା ସୌଖୀନ୍‌ କାର୍‌ ମଧ୍ୟ ଜବତ ହୋଇଛି।

ପଢନ୍ତୁ;ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

Related posts

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

ENO Beuro

ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଦକ୍ଷିଣ ଭାରତରେ ଭୟଙ୍କର ଆତଙ୍କୀ ହମ୍‌ଲା ଆଶଙ୍କା

Ratnamani Moharana

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

ENO Beuro

1 comment

Leave a Comment