ପିଏନବି ମହାଠକେଇ ମାମଲା: ନୀରବ ମୋଦି ଓ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା

ପିଏନବି ମହାଠକେଇ ମାମଲା

ବହୁକୋଟି ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ନୀରବ ମୋଦି ତାଙ୍କ ମାମୁଁ ମେହୁଲ ଚୋକ୍ସିଙ୍କ ବିରୋଧରେ ମୁମ୍ବାଇର ସିବିଆଇ ଅଦାଲତ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନ୍‌ବିଡବ୍ଲ)ଜାରି କରିଛନ୍ତି।

ମୋଦି ଏବଂ ତାଙ୍କ ମାମୁ ଚୋକ୍ସି ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଏବେ ଜାଣିବାକୁ ମିଳିିଛି।

ଉଲ୍ଲେଖଯୋଗ୍ୟ,ନିରବ ମୋଦୀ ଓ ମେହୁଲ ଚୋକସୀ ପିଏନବିର ମୁମ୍ବାଇ ସ୍ଥିତ ବ୍ରେଡି ହାଉସ ଶାଖାର କିଛି କର୍ମଚାରୀଙ୍କ ସହିତ ମିଶି ଅସାଧୁ ଉପାୟରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ କରିଥିଲେ। ନକଲି ଲେଟର ଅଫ ଅଣ୍ଡର ଟେକିଂ(ଏଲଓୟୁ) ଜରିଆରେ ଅର୍ଥ ହଡ଼ପ କରାଯାଇଥିଲା। ଏହି ମାମଲାର ଯାଞ୍ଚ ସିବିଆଇ ଓ ଇଡି ପରି ଦେଶର ବଡ଼ ବଡ଼ ଏଜେନ୍ସି କରୁଛନ୍ତି।

ପିଏନବିର ପୂର୍ବତନ ଉପ ମହା ପ୍ରବନ୍ଧକ ଗୋକୁଳନାଥ ସେଟ୍ଟୀଙ୍କ ବ୍ୟତୀତ ନିରବ ମୋଦୀ ଓ ଚୋକସୀ କମ୍ପାନୀର ଅନେକ ଅଧିକାରୀଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଉଭୟ ମାମୁ-ଭଣଜା ସିବିଆଇର ନୋଟିସର ଜବାବ ଦେବାକୁ ହାଜର ହେବା ପାଇଁ ମନା କରି ଦେଇଥିଲେ।

ପଢନ୍ତୁ; ସିରିୟାରେ ରାସାୟନିକ ଆକ୍ରମଣ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More