News

ସୁପ୍ରିମକୋର୍ଟରେ ଓଡିଶାକୁ ପୋଲାଭରମ୍ ଝଟକା: ପ୍ରକଳ୍ପ ନିର୍ମାଣରେ ରିହାତିଦେଶକୁ ନା

ସୁପ୍ରିମକୋର୍ଟରୁ ଓଡିଶାକୁ ମିଳିଛି ଝଟକା। ପୋଲାଭରମ୍ ପ୍ରକଳ୍ପ କାମ ସ୍ଥଗିତ ପାଇଁ ଓଡ଼ିଶାର ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଜନଶୁଣାଣି ପାଇଁ ଓଡିଶା ଓ ଛତିଶଗଡ଼କୁ ଆବଶ୍ୟକ ତଥ୍ୟ କେନ୍ଦ୍ରକୁ ମାଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

sc

ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଚାରପତି ଦୀପକ ଗୁପ୍ତା ଓ ମଦନ. ବି ଲୋକୁରଙ୍କ ସମେତ ତିନି ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ଖଣ୍ଡପୀଠ କହିଥିଲେ ଏହି ମାମଲାର ଜନଶୁଣାଣି ନେଇ କେନ୍ଦ୍ର ସରକାର ଓଡ଼ିଶା ଓ ଛତିଶଗଡ଼କୁ ଆବଶ୍ୟକୀୟ ତଥ୍ୟ ଦେବ । ପ୍ରକଳ୍ପ ହେଲେ କେଉଁ କେଉଁ ଅଂଚଳ ବୁଡିବ, କେତେ କ୍ଷତିଗ୍ରସ୍ତ ହେବେ ସେ ନେଇ କେନ୍ଦ୍ର ସମସ୍ତ ତଥ୍ୟ ଏହି ଦୁଇ ରାଜ୍ୟକୁ ଦେବ । ପରେ କେନ୍ଦ୍ର ସରକାର କୋର୍ଟ ଉପରେ ଏହାର ସତ୍ୟପାଠ ଦାଖଲ କରିବେ । ସବୁ ତଥ୍ୟ ପାଇଲା ପରେ ରାଜ୍ୟ ସରକାର ଜନଶୁଣାଣି କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ଶୁଣାଣି ସମୟରେ ପ୍ରକଳ୍ପ ଉପରେ କୌଣସି ରହିତାଦେଶ ନାହିଁ । ରହିତାଦେଶ ଦେବାକୁ କୋର୍ଟ ମନା କରିଛନ୍ତି ।

ପଢନ୍ତୁ;  ହକି ବିଶ୍ଵକପ ୨୦୧୮: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର

Related posts

ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ପାଇଁ ଧାର୍ଯ୍ୟ ହେଲା ସମୟ

ENO Beuro

କମିଲା ଏଲପିଜି ଦର

ENO Beuro

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More