News

ଫାଇନ୍‌ ଆଦାୟକୁ ନେଇ ରାଜମହଲ ଛକରେ ପୋଲିସ୍-ପବ୍ଲିକ୍ ମୁହାଁମୁହିଁ

F9 750x430

ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ।  ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକରେ ଫାଇନ୍ ଆଦାୟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ରାଜମହଲ ଛକରେ ବିସ୍ଫୋରଣର ରୂପ ନେଇଛି। ୩ଟି ସରକାରୀ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ସହ ଏଥିପ୍ରତି ପୁଲିସ୍‌ କୋହଳ ମନୋଭାବ ପୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ବହୁ ସଂଖ୍ୟକ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ଲାଠି ଚାର୍ଜ  କରିଥିବା ଜଣାଯାଇଛି।

ନୂଆ ଟ୍ରାଫିକ୍‌ ନିୟମରେ ଅତିଷ୍ଠ ସାଧାରଣ ଲୋକେ ଆଜି ରାଜମହଲ ଛକରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି। ସେଥିମଧ୍ୟରେ ପୁଲିସ ଗାଡ଼ି,  ମୋ ବସ୍, ବିଏମ୍‌ସି ଗାଡ଼ି ରହିଛି। ଏହାର କାଗଜପତ୍ର ଠିକ ନଥିବା ଅଭିଯୋଗ କରି ଏହି ତିନି ଗାଡ଼ିକୁ ଅଟକାଇ ଲୋକେ ହୋହଲ୍ଲା କରିଛନ୍ତି।

ପଢନ୍ତୁ: ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ଶେଷ

Related posts

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ENO Beuro

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

Ratnamani Moharana

1 comment

Leave a Comment