News

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଦଶରଥପୁର; ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ଘଟଣାରେ କେନ୍ଦୁଝରରୁ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରକୁ ଗିରଫ କରିଛି ପୋଲିସ । ଏନେଇ ଯାଜପୁର ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି ।ଗତ ୧୧ ତାରିଖ ରାତିରେ ସରକାରୀ ଯୋଜନାରେ ଆସିଥିବା ବିଜୁ ପକ୍କାଘର ଓ ଭତ୍ତା ଟଙ୍କାର ଲୋଭ ଦେଖାଇ ଦଳୀୟ କାର୍ଯ୍ୟାଳୟକୁ ମହିଳାଙ୍କୁ ଡାକି ଦୁଷ୍କର୍ମ କରିଥିଲେ ବିଜେଡିର ଜଣେ ସ୍ଥାନୀୟ ନେତା ।ଦଶରଥପୁର ବିଜେଡି ଅଫିସରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି ।

ମହିଳାଙ୍କ ପାଖକୁ ଫୋନ ଆସିଲା ବିଜେଡି ଅଫିସକୁ ଆସ, ତମର ବିଜୁ ପକ୍କାଘର ଆସି ଯାଇଛି । ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କାର ଭତ୍ତା ବି ଆସିଛି ।  ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ଟାରେ ଦଳୀୟ ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ ମହାପାତ୍ର ନାମକ ଜଣେ ସ୍ଥାନୀୟ ବିଜେଡି ନେତା ।ପ୍ରଥମେ ମହିଳା ଜଣକ ମନା କରିଥିଲେ ଯିବା ପାଇଁ କିନ୍ତୁ ଆଭିଯୁକ୍ତ ଜଣକ କହିଲେ ଆଜି ନ ଆସିଲେ ତାଙ୍କ ନାମରେ ଆସିଥିବା ୨ଲକ୍ଷ ଟଙ୍କା ଓ ଘର ଫେରି ଯିବା । ସେଠାରେ ମହିଳା ଜଣକ ପହଂଚିବା ପରେ ଅଫିସର କବାଟ ବନ୍ଦ କରିଦେଲେ ଚନ୍ଦ୍ରକାନ୍ତ ।

ବାରମ୍ବାର ନେହୁରା ହୋଇଥିଲେ ହେଁ ଅଭିଯୁକ୍ତ ତାଙ୍କୁ ଛାଡ଼ି ନଥିଲେ । ଶେଷରେ ଅସହାୟ ମହିଳା ଜଣକ ରାକ୍ଷସର ଶିକାର ହୋଇଗଲେ । ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଏଭଳି ଅମାନବୀୟ କାଣ୍ଡ କରିଥିବା ଚନ୍ଦ୍ରକାନ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆ ଯାଉ ବୋଲି ଦାବି ଜୋର ଧରିଥିଲା ।

ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ତେବେ କୌଣସି କାର୍ୟ୍ୟାନୁଷ୍ଠାନ ହେବା ପୂର୍ବରୁ ବିଜେଡି ଅଫିସ ପାଲଟିଯାଇଥିଲା ଗୋଦାମ । ଦୁଇ ଦିନ ପୂର୍ବରୁ ଦଶପରଥପୁରର ଦୁଷ୍କର୍ମ ହୋଇଥିବା ଘର ବିଜେଡି ଅଫିସ ଥିଲା କିନ୍ତୁ ଏବେ ଏହି ଅଫିସ ଗୋଦାମ ପାଲଟିଛି । ଦଶରଥପୁର ବିଜେଡି ଅଫିସରେ ସ୍ଥାନୀୟ ଯୁବନେତା ଚନ୍ଦ୍ରକାନ୍ତ ମହାପାତ୍ର ବିଜୁ ପକ୍କା ଘର ଯୋଜନା ଓ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ୪ ଦିନ ପରେ ସଂପୃକ୍ତ ମହିଳା ଥାନାରେ ଏତଲା ଦେଇଥିଲେ ।

ପଢନ୍ତୁ ;

ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳିଦେଲେ ; ଥାନାରେ ସ୍ଵାମୀ ଅଟକ

Related posts

ପଛରେ ପଡିଲା ଫ୍ରାନ୍ସ, ଭାରତ ବିଶ୍ଵର ଷଷ୍ଠ ବୃହତ ଅର୍ଥନୈତିକ ରାଷ୍ଟ୍ର

ENO Beuro

ଫକୀର ମୋହନ ମେଡିକାଲ କଲେଜ ଲୋକାପର୍ଣ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ

ENO Beuro

Leave a Comment