News

ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି

Taffic

ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ୍ ଚେକିଂ  ବେଳେ ଗଣ୍ଡଗୋଳ ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପ୍ରଥମେ ୪ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ରବିବାର ଆଉ ୯ ଜଣଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଗିରଫ କରିଛି। ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ସହିତ ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୫୩, ୫୦୬, ୨୯୪, ୩୭୯ ଓ ୧୪୯ର ସଂଗୀନ ଧାରା ଲାଗିଛି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ରାଜମହଲ ଛକରେ ମୋଟା ଅଙ୍କର ଜୋରିମାନା ଆଦାୟ ଏବଂ ବଡ଼ବଡ଼ିଆଙ୍କ ପାଇଁ ପୁଲିସ୍ ଆଖିବୁଜି ଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ। ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ୍ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ଲାଠି ଚାର୍ଜ  କରିଥିଲା।

Police 1 09 750x430 1

ପଢନ୍ତୁ:  ତ୍ରି-ରାଷ୍ଟ୍ରୀୟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Related posts

ନିର୍ବାଚନରେ ସ୍ବଚ୍ଛତା ଲାଗି ପାର୍ଥୀ ଦେବେ ବ୍ୟକ୍ତିଗତ ପ୍ରମାଣପତ୍ର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ

Ratnamani Moharana

ମରାଠା ସଂରକ୍ଷଣ ଅନ୍ଦୋଳନ ନେଲା ଭୟଙ୍କର ରୂପ:ବ୍ୟାପକ ପୋଡ଼ା ଜଳା, ବସ୍‍ ଓ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ

ENO Beuro

ରାସ୍ତାରେ ୧୨୦୦ ଲିଟର କ୍ଷୀର ଢାଳିଲେ ଦୁଗ୍ଧଚାଷୀ

Ratnamani Moharana

2 comments

ଅକ୍ଷୟ କୁମାରଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଅଭିନବ ଶୁଭେଚ୍ଛା September 10, 2019 at 11:39 am

[…] ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା … […]

ଦିନେ ଥିଲେ ପରମ ଶତ୍ରୁ, ଆଉ ଆଜି ସେ ମିତ୍ର September 10, 2019 at 12:01 pm

[…] ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା … […]

Leave a Comment