News

୮ ରାଜ୍ୟରେ ଆତଙ୍କୀ ହମ୍‌ଲା ଆଶଙ୍କା ନେଇ ମିଛ ଫୋନ କଲ୍‌ କରି ପୂର୍ବତନ ସେନା କର୍ମଚାରୀ ଗିରଫ

ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନେଇ ମିଛ ଫୋନ କଲ୍‌ କରିଥିବା ପୂର୍ବତନ ସେନା କର୍ମଚାରୀ ଗିରଫ

୮ ରାଜ୍ୟରେ ଆତଙ୍କୀ ହମଲା  ନେଇ କର୍ଣ୍ଣାଟକ  ପୁଲିସ୍‌କୁ ଫୋନ କରିଥିବା ଟ୍ରକ୍‌ ଡ୍ରାଇଭରକୁ ପୁଲିସ୍‌ ଗିରଫ କରିଛି। ଗିରଫ ଡ୍ରାଇଭରଙ୍କ ନାଁ ସୁନ୍ଦରମୂର୍ତ୍ତି । ସେ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ କର୍ଣ୍ଣାଟକ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସୁନ୍ଦରମୂର୍ତ୍ତି ଫୋନ କରି ଦେଶରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା କହିଥିଲେ।

କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ ଏବଂ ପୁଡୁଚେରୀର ପ୍ରମୁଖ ସହରକୁ ଆତଙ୍କୀ ମାନେ ଟାର୍ଗେଟ୍ କରିପାରନ୍ତି । ଟ୍ରେନ୍ ଏବଂ ବସ୍ ରେ ହମଲା ହେବାର ଆଶଙ୍କା ରହିଛି  ବୋଲି କହିଥିଲେ। ଶ୍ରୀଲଙ୍କାରେ ଆତଙ୍କୀ ହମଲା ପରେ ଭାରତୀୟ ତଟ ସୁରକ୍ଷା ବାହିନୀ  ସଜାଗ ରହିଛି । ଶ୍ରୀଲଙ୍କା ହମଲା ପରେ ଆତଙ୍କୀମାନେ ଭାରତ ଭିତରକୁ ପଶି ଆସିବା ଲାଗି ଯୋଜନା କରୁଥାଇପାରନ୍ତି । ଏହି ଅଜଣା କଲର ସତ୍ୟାସତ୍ୟ ଖୋଜିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା।
ପଢନ୍ତୁ: ୧୫ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ନିପାତ କଲା ଶ୍ରୀଲଙ୍କା ସେନା

Related posts

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

ENO Beuro

ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

ENO Beuro

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment