News

ଆକ୍ସନ୍ ମୁଡ୍‌ରେ ବାଲେଶ୍ୱର ଟ୍ରାଫିକ୍‌ ପୁଲିସ୍

Untitled 1

ସାଇଲେନ୍ସର ପାଇପ୍ ଖୋଲି ନେଉଛି ପୁଲିସ

ବାଲେଶ୍ଵର ପୋଲିସ  ଏବେ ଆକ୍ସନ ମୋଡରେ। ବାଇକରେ ସାଇଲେନ୍ସର ପାଇପ୍ ଖୋଲି ନେଉଛି ପୁଲିସ। ଯେଉଁ ବାଇକ ଗୁଡିକ  ଶବ୍ଦ ପ୍ରଦୂଷଣ ଓ ନମ୍ବର ପ୍ଲେଟରେ ଟିକିଏ ଗଡବଡ ଦେଖିଲେ ସାଇଲେନ୍ସର ପାଇପ୍ ଓ ଗାଡିକୁ ଉଠେଇ ନେଇଯାଉଛନ୍ତି ବାଲେଶ୍ଵର ପୋଲିସ। ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭୦ଟି ମୋଟର ସାଇକେଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପକୁ ଜବତ କରାଯାଇଛି। ଏହାସହ ୫ଶହରୁ ଅଧିକ ଅତିରଞ୍ଜିତ କରି ଲେଖାଯାଇଥିବା ନମ୍ୱର ପ୍ଲେଟ୍‌କୁ ମଧ୍ୟ ଜବତ କରାଯାଇଛି।

 

 

ତେବେ ବାଲେଶ୍ୱର ସହରରେ ୧୦ରୁ ଅଧିକ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ପାଇପ୍ ଲାଗିଥିବା ମୋଟର ସାଇକେଲକୁ ମଧ୍ୟ ଚିହ୍ନଟ କରାଯାଇଛି। ସାଇଲେନ୍ସର ପାଇପ୍‌ ଗୁଡ଼ିକ ଦାମ୍ ୪ ହଜାରରୁ ଆରମ୍ଭ କରି ୧୨ ହଜାର ଟଙ୍କା ଯାଏ ହେବ । ଅତ୍ୟଧିକ ଶବ୍ଦ, ଆରଟିଓ ନିୟମ  ଉଲ୍ଲଂଘନ କରିଥିବା ନେଇ ଏଗୁଡ଼ିକୁ ଜବତ କରିଛି ଟ୍ରାଫିକ୍ ପୁଲିସ। ଆଗାମୀ ଦିନରେ ଏନେଇ କଡ଼ାକଡ଼ି ଯାଞ୍ଚ ସହ ଲୋକଙ୍କୁ ସଚେତନତା କରାଯିବ ବୋଲି ପୁଲିସ କହିଛି।

ପଢନ୍ତୁ: ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ ନୀତି, ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

Related posts

ବଜ୍ରପାତ ଓ ଝଡ଼ ତୋଫାନକୁ ନେଇ ୧୫ଟି ଜିଲ୍ଲାକୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ସତର୍କ ସୂଚନା

ENO Beuro

‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

Leave a Comment