EnewsOdia.Com

ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସର ମହାଖୁଲାସା

ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏକ ବଡ ଖୁଲାସା କରିଛି ପୋଲିସ। ଏହାଫଳରେ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ବଡ ଟ୍ଵିଷ୍ଟ। କେବଳ ମହିଳା ଡାକ୍ତର ନୁହନ୍ତି ଆଉ ୯ ଜଣ ମହିଳା ମଧ୍ୟ ସମାନଭଳି ଘଟଣାର ଶିକାର ହୋଇଥିବା ତଥ୍ୟ ସାମନାକୁ ଆସିଛି। ଡାକ୍ତର ଦିଶା ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ତଦନ୍ତର ସାମ୍ନା କରିବା ବେଳେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ତଦନ୍ତ ଅଧିକାରୀଙ୍କ ପାଖରେ ଏହା କହିଥିଲେ। । ଅର୍ଥାତ୍ ଡାକ୍ତର ଦିଶାଙ୍କ ସହ ଯେଉଁ ଘଟଣା ଘଟିଥିଲା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଇଁ ଏହା ନୂଆ ନଥିଲା। ପୂର୍ବରୁ ଏଭଳି କୁତ୍ସିତ କାରନାମା କରିବାରେ ସେମାନେ ଅଭ୍ୟସ୍ତ ଥିଲେ।

ସୂଚନାଯୋଗ୍ୟ, ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରିକ୍ରିଏସନ ପାଇଁ ଡିସେମ୍ୱର ୬ରେ ୪ ଅଭିଯୁକ୍ତ ଚେନ୍ନାକେଶଭୁଲୁ, ମହମ୍ମଦ ଆରିଫ୍, ଜେ ନବୀନ ଓ ଜେ ଶିବାଙ୍କୁ ଘଟଣାସ୍ଥଳକୁ ଭୋର ୩ଟାରେ ଆଣିଥିଲା। ଏହି ସମୟରେ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୁଲିସ ଅଧିକାରୀଙ୍କ ବନ୍ଧୁକ ଛଡ଼ାଇ ନେଇ ପୁଲିସ ଉପରକୁ ଗୁଳି କରିଥିଲେ। ଏହାପରେ ପୁଲିସ ଏନ୍‌କାଉଣ୍ଟର କରିଥିଲା ବୋଲି ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର କହିଥିଲେ।

ପଢନ୍ତୁ: ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆରେ ଷ୍ଟାଡିୟମକୁ ପାଣି ବୋତଲ, କ୍ୟାମେରା,ହେଲେମଟ, ଖାଦ୍ୟପଦାର୍ଥ ନେବାକୁ ମନା

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀ ପାଳିବେନି ନୂଆବର୍ଷ

Ratnamani Maharana

ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

Ratnamani Maharana

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

Ratnamani Maharana

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

Ratnamani Maharana

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା

Ratnamani Maharana