EnewsOdia.Com

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

ଟ୍ରାଫିକ୍‌ ନିୟମକୁ ଫୁ । ଗୋଟିଏ ନମ୍ବରରେ ଚାଳାଇଥିଲେ୧୪ ଗାଡ଼ି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଘଟଣାନୁଯାୟୀ ଜଣେ ସଚେତନ ନାଗରିକ ନିହାର ରଞ୍ଜନ ରାଉତ ସମାନ ନମ୍ବର ଥିବା ୨ଟି ଟାଟା ଏସିଇ ଗାଡି ଦେଖିବାକୁ ପାଇଥିଲେ । ଏହାର ଫଟୋ ଉଠାଇ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ରାଜ୍ୟ ପରିବହନ ନିଗମ, ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କୁ ଟ୍ୟାଗ୍ କରିଥିଲେ । ପରେ ସିପି ସୁଧାଂଶୁ ଷଡଙ୍ଗୀ ଟ୍ରାଫିକ ଡିସିପି ନାଥଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ତଦନ୍ତ ବେଳେ ୨ଟି ନୁହଁ ବରଂ ସମାନ ନମ୍ବର ଥିବା ୧୩ଟି ଗାଡ଼ି ଧରିଥିଲା କମିଶନରେଟ୍ ପୋଲିସ ।

ଭୁବନେଶ୍ୱରରୁ ଜବତ ହୋଇଛି ୧୩ ଟି ଗାଡି । ଯେଉଁ ଗାଡି ଗୁଡିକର ନମ୍ବର ସମାନ । ଟ୍ରାଫିକ ପୋଲିସ ଦ୍ୱାରା ଏହି ସମସ୍ତ ଗାଡିକୁ ଲୁଇସ ରୋଡ଼,ନାଗେଶ୍ୱର ଟାଙ୍ଗି ଅଞ୍ଚଳରୁ ଜବତ କରାଯାଇଛି। କମିସନରେଟ୍ ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଏକା ନମ୍ବରରେ ୨ଟି ଲେଖାଏଁ ଗାଡି ଚାଲୁଛି । ଏନେଇ ଟ୍ରାଫିକ ପୋଲିସକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ। ଟ୍ରାଫିକର କ୍ବିକ୍ ରିଆକ୍ସନ୍ ଟିମ ଓ ଟ୍ରାଫିକ ପୋଲିସ ଅଧିକାରୀ ମାନେ “ଅଜୟ କୁମାର ରାହୁଲ କୁମାର” କମ୍ପାନୀରେ ଚଢ଼ାଉ କରି ଏହି ୧୩ଟି ଗାଡି ଜବତ କରିଥିବା ଡିସିପି ସାଗରିକା ନାଥ  ସୂଚନା ଦେଇଛନ୍ତି।

ପଢନ୍ତୁ: ଆସିଲା ବର୍ଷା ପରର ବିକଳ ଚିତ୍ର, ପିପିଲିରେ କୃତ୍ରିମ ବନ୍ୟା

ସମ୍ବନ୍ଧିତ ଖବର

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana

ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ନାହିଁ କୌଣସି ଭୟ

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କାଶ୍ମୀର, ୨ମାସ ପରେ ଉଠିଲା କଟକଣା

Ratnamani Maharana

ମାର୍ଚ୍ଚ ୨ରୁ ୪ ଜିଲ୍ଲାରେ ହାଲୁକା ବର୍ଷା

Ratnamani Maharana