News

ଭୁବନେଶ୍ବରରେ ଥମୁନି ଧଳା ଜହର ବ୍ୟବସାୟ: ୧୭ ଲକ୍ଷର ବ୍ରାଉନସୁଗର ଜବତ

drugs

ବ୍ରାଉନସୁଗର କବଳରେ ଭୁବନେଶ୍ବର…

ଓଡିଶାର ରାଜଧାନୀ ଭୁବନେଶ୍ବରରେ ଧଳା ଜହର  ବ୍ୟବସାୟ କମିବାର ନା ଧରୁନି। ଏପରି ଲାଗୁଛି ଯେମିତି ବ୍ରାଉନସୁଗର  ହେଇଯାଇଛି ଏକ ନିତ୍ୟବ୍ୟବହାର୍ଜ୍ୟ ବସ୍ତୁ। ଗୋଟିକପରେ ଗୋଟିଏ ଲୋକ ଧରାପଡିବାରେ ଲାଗିଛନ୍ତି। ପୁଣି ଗୋଇନ୍ଦା କବଳରେ ପଡିଛନ୍ତି ପୂର୍ବତନ ଛାତ୍ରନେତା ଉମାଶଙ୍କର । ସେ ଶହୀଦ ନଗରରେ ରହୁଥିଲେ।ଉମାଶଙ୍କର ବ୍ରାଉନସୁଗର କାରବାର କରୁଥିବା ସୂଚନା ପାଇଥିଲା ଗୋଇନ୍ଦା ବିଭାଗ। ତେଣୁ  ତାଙ୍କ ଉପରେ ନଜର ରଖାଯାଇଥିଲା।

ଆଜି ଦିନ ଗୋଟାଏ ବେଳେ ଉମାଶଙ୍କର ଏକ ବାଇକରେ ବାଣୀବିହାର ଛକରେ ବ୍ରାଉନସୁଗର ଧରି ଗ୍ରାହକ ଅପେକ୍ଷାରେ ଥିଲାବେଳେ ଚଢାଉ କରିଥିଲା। ଜାଞ୍ଚ ପରେ ତାଙ୍କ ଠାରୁ ୧୭୦ ଗ୍ରାମର ବ୍ରାଉନସୁଗର ମିଳିଥିଲା ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ  ଟଙ୍କା ହେବ। ଜେରାବେଳେ ସେ ଜଳେଶ୍ଵରରୁ ବ୍ରାଉନସୁଗର ଆଣି ରାଜଧାନୀର ବିଭିନ୍ନ ଇଞ୍ଜିନିୟରିଂ ଛାତ୍ରଙ୍କୁ ବିକିବା କଥା ସ୍ଵୀକାର କରିଛନ୍ତି।
ପଢନ୍ତୁ: ୨୦୧୯ ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ବର ପଛୁଆ

Related posts

ଏମ୍‌ସରେ ପଢ଼ୁଥିବା ଜାମ୍ମୁ-କାଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ଙ୍କ ନିଖୋଜ ଘଟଣା

ENO Beuro

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ENO Beuro

Leave a Comment