News

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ । ନିୟମ ନମାନିଲେ ବାଇକ୍‌ ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଜବତ ବାଇକ୍‌କୁ କୋର୍ଟ ଚାଲାଣ କରିବ । ଏହି ନିୟମ ଓ କଟକଣା ସବୁ ସ୍କୁଲ ପିଲାମାନଙ୍କ ବାଇକ ଚାଳନା ଉପରେ ଲଗାଇଛି କମିସନରେଟ୍‌ ପୁଲିସ

ସ୍କୁଲ ଛାତ୍ରଛାତ୍ରୀ ବାଇକ୍‌ ଚଳାଉଥିବାବେଳେ ପୁଲିସ ହାବୁଡରେ ପଡ଼ି଼ଲେ  ଜରିମାନା ଆଦାୟ କରାଯିବ ନାହିଁ ବରଂ ବାଇକ୍‌ ଜବତ ହେବ । ଜବତ ବାଇକ୍‌ ଥାନାରୁ ନେବାକୁ ହେଲେ ସେମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ। ଥାନାରେ ଏକ ରାଜିନାମା କପିରେ କେତେକ ସର୍ତରେ ରାଜି ହୋଇ ଦସ୍ତଖତ କରିବେ। ଏହା ବ୍ୟତୀତ ୫ଶହ ଟଙ୍କା ଜରିମାନା ଗଣିଲା ପରେ ବାଇକ୍‌ ନେଇ ପାରିବେ। ତାହା ପୁଣି ସପ୍ତାହକ ମଧ୍ୟରେ । ନ ହେଲେ କଥା କୋର୍ଟକୁ ଯିବ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ନିୟମ ଅନୁଯାୟୀ ୧୮ ବର୍ଷ ହେବା ପରେ ଜଣେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବେ । କିନ୍ତୁ ଏବେ ଦେଖା ଯାଉଛି ଅଧିକାଂଶ ୧୩ରୁ ୧୫ ବର୍ଷର୍ର ପିଲାମାନେ ସ୍ପିଡ୍‌ ବାଇକ୍‌ ଧରି ଦ୍ରୁତ ବେଗରେ ଗାଡ଼ି ଚଳାଉଛନ୍ତି । ଏ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି।  ଏ ନେଇ କମିସନରେଟ୍‌ ପୁଲିସ ନିକଟକୁ ଏକାଧିକ ଅଭିଯୋଗମାନ ଆସିବାରେ ଲାଗିଛି । ଅନ୍ୟପକ୍ଷରେ ସ୍କୁଲ ପିଲାମାନେ ବାଇକ୍‌ ଚଳାଉଥିବାବେଳେ ଧରା ପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ତେଣୁ ସ୍କୁଲ ପିଲାଙ୍କ ବାଇକ ଚାଳନା ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଏକ  ଟ୍ରାଫିକ୍‌ ପୁଲିସ ପକ୍ଷରୁ ମୋବାଇଲ୍‌ ସ୍କ୍ଵାଡ୍‌ ଗଠନ କରାଯାଇଛି। ଏହି ସ୍କ୍ଵାଡ୍‌ ବିଭିନ୍ନ ସ୍କୁଲ ନିକଟକୁ ଯାଇ ପଇଁତରା ମାରିବ। କେବଳ ଯେ ସ୍କୁଲ ପିଲାମାନଙ୍କ ଉପରେ କଟକଣା ଲାଗିବ ତାହା ନୁହେଁ। ଏ ନେଇ ସ୍କୁଲ କର୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍କୁଲରେ ସଚେତନତା କାର୍ଜ୍ୟକ୍ରମ କରାଯିବ। ଯେଉଁଥିରେ ଅଭିଭାବକ ଓ ପିଲାମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି କମିସନର ଖୁରାନିଆ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ରାଜଧାନୀରେ ୧୭୩୨ ଜଣ ବାଇକ୍‌ ଚାଲକ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଯାଂଚବେଳେ ଧରା ପଡ଼ିଛନ୍ତି । ସେଥି ମଧ୍ୟରୁ  ୫୪୧ ଜଣ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ନିକଟରୁ  ଅଳ୍ପ ଜରିମାନା ଆଦାୟ କରି ଛଡ଼ା ଯାଇଛି।

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ  ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ପଢନ୍ତୁ, ଅଚଳ ନୋଟ୍ ବିରୋଧରେ ଦାୟର ହେବନି ଫୌଜଦାରୀ ମାମଲା – ସୁପ୍ରିମକୋର୍ଟ

 

Related posts

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

Krishna Kumar Manoj

ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ :କେନାଲରେ ଫିଙ୍ଗିଲେ ଦୁର୍ବୃତ୍ତ

Krishna Kumar Manoj

ଗାଈ ଫସଲ ଖାଇଲା ବୋଲି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ!

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More