News

ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କୁ ବାନ୍ଧିବାକୁ ଖୋଜୁଛି ପୋଲିସ

ପ୍ରଦୀପ ମହାରଥୀ ଓ ନୀଳମଣି ବିଷୋଇଙ୍କ ପରେ ଏବେ ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କ ପାଳି, ବାନ୍ଧିବାକୁ ଖୋଜୁଛି ପୋଲିସ

ତୃତୀୟ ପର୍ଯ୍ୟାୟ ମତଦା,ନ  ବେଳେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁରରେ ଇଭିଏମ୍‌ ଭଙ୍ଗାରୁଜା  ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ  କରିଛି । ଉଭୟ ଅଭିଯୁକ୍ତ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ । ତେବେ ଏହି ଘଟଣାରେ ବିଜେପି ନେତା ଓମ୍‌ ପ୍ରକାଶ ଅଗ୍ରଓ୍ୱାଲଙ୍କ ସମ୍ପୃକ୍ତି ଥିବା  ଅଭିଯୋଗ ହୋଇଛି ।ଆଜି ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ ।

ଗତକାଲି କଣାସ ବ୍ଲକର ବୀରକେଶରପୁରର ୭୮ ନମ୍ବର ବୁଥରେ ହିଂସାର ଅଭିଯୋଗ ଆସିଥିଲା । ଗଡ଼ିଶାଗୋଦା ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଓମ୍ ଓ ତାଙ୍କ ସହଯୋଗୀ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏ ସମୟରେ ସେମାନଙ୍କ ନିକଟରେ ଏକ ମାଉଜର ବି ଥିବା ଅଭିଯୋଗ ହୋଇଛି ।୨ ସହଯୋଗୀ ଅଟକ ଥିବା ବେଳେ ଓମଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ୪ଟି ସ୍ୱତନ୍ତ୍ର ଟିମ୍ ।ସେପଟେ ଆଜି ପୁରୀରେ ଜିଲ୍ଲା ବିଜେପି ସଭାପତି  ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଓମ୍‌ ପ୍ରକାଶ ଇଭିଏମ ଭାଙ୍ଗି ନାହାନ୍ତି । ବୁଥ ଭିଜରୁ ଯେଉଁ ମାଉଜର ମିଳିଥିବା କୁହାଯାଉଛି ତାହା ଓମ ପ୍ରକାଶଙ୍କ ଲାଇସେନ୍ସ ପ୍ରାପ୍ତ ମାଉଜର ।

ପଢନ୍ତୁ: ଓଡିଶା ଗସ୍ତରେ ବିଜେପିର ବରିଷ୍ଠ ନେତା ରଜନାଥ ସିଂହ

Related posts

୨୪ରେ ଓଡିଶା ଆସିବେ ମୋଦି,ନବୀନ ଗଡରେ ହେବ ବଡ ସୋ

ENO Beuro

ବସ ଭଡା ଏଣିକି ମହଙ୍ଗା ପଡିବ, ଖାଲି ଚଢ଼ିକି ଓହ୍ଲାଇଲେ ବି ୧୩ଟଙ୍କା

ENO Beuro

ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ENO Beuro

Leave a Comment