News

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ଚେନ୍ନାଇର ଜଣେ ୩୨ ବର୍ଷ ବୟସ୍କ ପୁଲିସ କନେଷ୍ଟବଲ୍‌ ଫେସବୁକ୍‌ରେ ଜଣେ ୨୨ ବର୍ଷୀୟାଙ୍କୁ ପ୍ରେମ କରି ବସିଲେ । ୩୨ ବର୍ଷ ବୟସ୍କା କନେଷ୍ଟବଲ୍‌ କାନନ୍‌ କୁମାର ଉକ୍ତ ୨୨ ବର୍ଷୀୟାଙ୍କ ସହ ଫେସବୁକ୍‌ ପ୍ରେମରେ ପଡ଼ିଗଲେ । ଏହାପରେ ଦୁହେଁ ଚାଟିଂ କରିଲେ । ବେଳେ ବେଳେ ୨୨ ବର୍ଷୀୟା ପ୍ରେମିକାଟି ସହ ମଧ୍ୟ ଫୋନ୍‌ରେ କଥା ହୁଅନ୍ତି କାନନ୍‌ କୁମାର । ସେ ଜାଣନ୍ତି ଯେ ପ୍ରେମିକାଟି ତାଙ୍କ ମନପସନ୍ଦ । ଏଣୁ ତା’ପଛରେ ପଇସା ଉଡ଼ାଇବାରେ ଲାଗିଲେ ।

ପୋଙ୍ଗଲ ଛୁଟିରେ କାନ୍‌ନ କୁମାର ନିଜ ଗ୍ରାମକୁ ଦଶ ଦିନ ପାଇଁ ଆସିଥିଲେ । ତାଙ୍କ ଘର ବାଥିରିୟି ରୂପାଠାରୁ ପ୍ରେମିକାର ଗାଆଁ ଡବ୍ଲୁ ପୁଢୁପଟ୍ଟିର ଦୂରତା ମାତ୍ର ୫ କିଲୋମିଟର । କାନନ କୁମାର ନିଜର ପ୍ରେମିକାକୁ ଭେଟିବା ପାଇଁ ତାଙ୍କଘରେ ପହଞ୍ଚିଥିଲେ । ସେ ପ୍ରେମିକା ଆୟାନକୁ ଭେଟିବାକୁ ଚାହିଁଥିଲେ, ହେଲେ ପ୍ରେମିକା ମନା କରିଥିଲା । ଏହାପରେ କାନନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ।

ଅନୁସନ୍ଧାନ ପରେ ସେ ଜାଣିବା କୁ ପାଇଲେ କି ସେ ଯାହା କୁ ପ୍ରେମ କରୁଛନ୍ତି ତାଙ୍କ ପ୍ରେମିକାଟି ୨୨ ବର୍ଷୀୟ ପୁରୁଷ ବୋଲି ।ଜାଣିବା ପରେ କାନନ କୁମାର ଆତ୍ମହତ୍ୟା କରିବା ଲାଗି ପ୍ରୟାସ କରିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କନେଷ୍ଟବଲ କାନନ ପ୍ରତାରକ ଯୁବକ ଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ତିନି ସାଙ୍ଗଙ୍କ ସହ ମିଶି ।ପ୍ରଥମେ ସେମାନେ ଅୟାନରଙ୍କୁ ଅପହରଣ କାଲେ ତାପରେ ହତ୍ୟା କରିଥିଲେ ।ତେବେ ପୁଲିସ ଏହି ହତ୍ୟାକାଣ୍ଡର ସୂରାକ୍‌ ପାଇବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ପୁଲିସ୍‌ ଏସପି ରାଜାରାଜନ୍‌ ସୂଚନା ଦେଇଛନ୍ତି । ଏହି ତିନି ଅଭିଯୁକ୍ତ ହେଲେ  କାନନ୍‌ କୁମାର ,ବିଜୟ କୁମାର, ତେନଜିଙ୍ଗ୍‌ ତାମିଲାସନ ।

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ chennai face book murder case

ପଢନ୍ତୁ ;

ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି ।

Related posts

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ENO Beuro

ତାରକ ମେହତା… ଧାରାବାହିକ କଳାକାର ଆଜାଦଙ୍କ ପରଲୋକ

ENO Beuro

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More