News

ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

ଦେଶର ପ୍ରତ୍ୟକ ନାଗରିକଙ୍କର ମତଦାନ  କରିବାର ଅଧିକାର ରହିଛି। ପ୍ରତ୍ୟକ ବ୍ୟକ୍ତି ନିଜର ନେତା ତଥା ଦେଶର ଜଣେ ସୁନାଗରିକଙ୍କ ଉପରେ ଭରସା କରି  ନିଜର ପ୍ରତିଟି ଆବଶ୍ୟକତାକୁ ପୂରଣ କରୁଥିବା ଲୋକକୁ ବାଛିବେ। ତେବେ ଏହି ପ୍ରକ୍ରିୟାରେ ଭାରତର ବହୁ ଲୋକ ବଞ୍ଚିତ ହୁଅନ୍ତି। ବଞ୍ଚିତ ହୁଅନ୍ତି ଭାରତର ପୋଲିସ କର୍ମଚାରୀ। ନିର୍ବାଚନ ସମୟରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କ ଡିୟୁଟି ଭିଭିନ୍ନ ସ୍ଥାନରେ ପଡିଥାଏ। ଯାହା ଦ୍ଵାରା ଦେଶରେ ଭୋଟର ହାର ହ୍ରାସ ହୋଇଥାଏ । ତେଣୁ  ଏହି ଅସୁବିଧାର ସମାଧାନ ପାଇଁ ଓଡିଶାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟକୁ ସ୍ଵାଗତ କରିଛନ୍ତି ନିର୍ବାଚନ କମିଶନ

ଚଳିତ ନିର୍ବାଚନରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନେ କିଭଳି ଭାବେ ନିଜର ବହୁମୂଲ୍ୟ ଭୋଟ ଦେବେ ସେ ନେଇ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଚଳିତ ସାଧାରଣ ନିର୍ବାଚନ ନିମନ୍ତେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ସମସ୍ତ ପୋଲିସ ଅଫିସର ଓ କର୍ମଚାରୀ ମାନଙ୍କ ନିମନ୍ତେ ଭୋଟ ଦେବା ନେଇ ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଥିଲା । ନିଜର ନିର୍ବାଚନ ମଣ୍ଡଳୀରେ ଏକ ଉତ୍ତମ ପ୍ରାର୍ଥୀ ଚୟନ କରିବାର ସୁଯୋଗ ପାଇଥିବା ଯୋଗୁଁ ସେମାନେ ନିର୍ବାଚନ କମିଶନକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଆସନ୍ତା ମେ ମାସ ୨୩ ତାରିଖରେ ପୋଲିସ ଅଫିସର ଓ କର୍ମଚାରୀ  ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପୋଷ୍ଟାଲ୍‌ ଭୋଟକୁ ଗଣତି କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର।


ପଢନ୍ତୁ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ: ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

Related posts

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ENO Beuro

ଏଣିକି ଦେଶରେ ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ

ENO Beuro

ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ENO Beuro

Leave a Comment