POLITICALS

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

police

ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚର୍ଚ୍ଚା ପରିସରକୁ ଆସିଥିବାବେଳେ ତାଙ୍କ ସହଯୋଗୀ ଅଭିଜିତ ଆୟାର ମିତ୍ରଙ୍କର କୋଣାର୍କକୁ ନେଇ ଦେଇଥିବା ଅରୁଚିକର ମନ୍ତବ୍ୟ ତାଙ୍କୁ ଅଡୁଆରେ ପକେଇଦେଇଛି। ହେଲିକପ୍ଟର ଉଡାଣ ନେଇ ଗତକାଲି ଇମ୍ଫା କର୍ତୃପକ୍ଷଙ୍କୁ ସଦର ଥାନାରେ ହାଜର ହେବାକୁ ନୋଟିସ ହୋଇଥିଲେ ମଧ୍ୟ କେହି ହାଜର ହୋଇ ନ ଥିଲେ । ଏହି ଘଟଣାରେ ପୁରୀ ଏସପି ସାର୍ଥକ ଷଡଙ୍ଗୀ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ବୈଜୟନ୍ତଙ୍କ ସହ ତାଙ୍କ ୨ସହଯୋଗୀଙ୍କୁ ପୁରୀ ସଦର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ସଂକ୍ରାନ୍ତରେ ଏସ୍‌ପି ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ଅରଖକୁଦା ଓ ବାଘମୁଣ୍ଡା ଅଞ୍ଚଳର ୧୦ରୁ ଅଧିକ ଲୋକଙ୍କୁ ଆମେ ପଚରାଉଚରା କରିଛୁ। ଏକ ଧଳାରଙ୍ଗର ହେଲିକପ୍ଟର ଚିଲିକାର କମ୍‌ ଉଚ୍ଚତାରେ ଜୋର ଶବ୍ଦ କରି ଉଡିବା ସହ ଚିଲିକା ଜଳରାଶିରେ ଅବତରଣ କରିଥିବା ସେମାନେ କହିଛନ୍ତି।

police

ଅନ୍ୟପକ୍ଷରେ ଚିଲିକା ଅଞ୍ଚଳରେ ଉଡ଼ାଣ ପାଇଁ ଇମ୍ଫାର ହେଲିକପ୍ଟରକୁ କେବଳ ଅନୁମତି ମିଳିଥିବା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ଜଣାଇଛନ୍ତି। ଚିଲିକା ମଧ୍ୟରେ ସକାଳ ୯ଟାରୁ ୧୦ଟା ମଧ୍ୟରେ ଉକ୍ତ ହେଲିକପ୍ଟର ଚକ୍କର କାଟିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ବୈଜୟନ୍ତଙ୍କ ହେଲିକପ୍ଟରକୁ ଚିଲିକାର ୫ଶହ ଫୁଟ୍‌ ଉପରେ ଉଡ଼ାଣ ନିମନ୍ତେ ଅନୁମତି ରହିଥିଲା। କିନ୍ତୁ ତାହାକୁ ଉଲ୍ଲଂଘନ କରାଯାଇ ବହୁତ କମ୍‌ ଉଚ୍ଚତାରେ ହେଲିକପ୍ଟର ଉଡାଣ କରାଯାଇଛି ବୋଲି ଏସ୍‌ପି ଷଡ଼ଙ୍ଗୀ କହିଛନ୍ତି।

ଏହି ଘଟଣାରେ ବୈଜୟନ୍ତ ପ୍ରତିକ୍ରିୟା ରଖି ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରିବା ସହ ତାଙ୍କୁ ଅଯଥାରେ ଦ୍ୱନ୍ଦ ଭିତରକୁ ଟଣାଯାଇଥିବା ନେଇ ସେ ଟ୍ୱିଟ୍ କରିଛନ୍ତି ।ଅପରପକ୍ଷରେ ବୈଜୟନ୍ତଙ୍କ ସହଯୋଗୀ ଅଭିଜିତ ଆୟାର ମିତ୍ର କୋଣାର୍କ ଉପରେ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ ଉପରେ ଓଡିଶାର ବିଭିନ୍ନ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରିଯିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।

ପଢନ୍ତୁ;ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର

Related posts

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ

ENO Beuro

ଲାଭ ଜନକ ପଦରୁ ଇସ୍ତଫା ନଦେଇ ଫସିଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ

Ratnamani Moharana

ଅମରିନ୍ଦର ସିଂଙ୍କୁ ବିରୋଧ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବେନି ସିଦ୍ଧୁ

Ratnamani Moharana

Leave a Comment