News

୬ ମାସରୁ କମ୍‌ ଚାକିରି ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି:ସୁପ୍ରିମକୋର୍ଟଙ୍କ ରାୟ

sc

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବୁଧବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାୟ ଅନୁଯାୟୀ ଏଣିକି ୬ ମାସରୁ କମ୍ ଚାକିରି ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ୬ ମାସ ଚାକିରି ଥିବା ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି।

ଗତମାସରେ ଆଦାଲତ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍‌ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍‌ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨ ବର୍ଷ ଚାକିରି ଥିବା ଆଇପିଏସ୍‌ ଅଧିକାରୀଙ୍କୁ ଡିଜିପି ଭାବେ ନିଯୁକ୍ତ କରିବା ନିୟମ ବିରୋଧରେ ପ୍ରକାଶ ସିଂଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଏହି ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ,ବିଚାରପତି ଏଲ୍‌. ନାଗେଶ୍ୱର ରାଓ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ।

ପଢନ୍ତୁ; ଏବେ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

Related posts

ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

ENO Beuro

ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

ENO Beuro

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

ENO Beuro

Leave a Comment