News

ଆଜି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର

iyer

ଓଡିଶା କଳା ,ସଂସ୍କୃତି ଓ ଐତିହ୍ୟକୁ ନିନ୍ଦିଥିବା ତଥା ଜନପ୍ରତିନିଧି ମାନଙ୍କୁ ଅପଶବ୍ଦ କରିଥିବା ଅଭିଜିତ ଆୟର ମିତ୍ରଙ୍କୁ ଗିରଫ କରିବା ମୁଡରେ ନାହିଁ ଓଡିଶା ପୋଲିସ। ସେ ଆଜି ଗୃହ କମିଟି ଆଗରେ ହାଜର ହେବେ। ସେଥିପାଇଁ ସେ ଭୁବନେଶ୍ବର ଆସିବେ। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଛନ୍ତି।

iyer

ସୂଚନାଯୋଗ୍ୟଯେ, ଓଡ଼ିଶା ଗସ୍ତକାଳରେ ଆୟାର ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟ ନିନ୍ଦା କରିବା ସହ ବିଧାୟକମାନଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ । ପୂର୍ବରୁ ଗୃହ କମିଟି ଆଗରେ ହାଜର ହେବା ପାଇଁ ଆୟାରଙ୍କୁ ସମନ ହୋଇଥିଲେ ମଧ୍ୟ ଆୟାର ହାଜର ହୋଇନଥିଲେ । ତେବେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ ନକରିବା ପରେ ଆୟାର ନିଜର ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । କଠୋର ଆଭିମୁଖ୍ୟ ତାଙ୍କର ନରମି ଯାଇଛି । ଇତିମଧ୍ୟରେ ସେ ସାମଗ୍ରୀକ ଘଟଣାବଳୀକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ଆଜି ଗୃହ କମିଟିରେ ହାଜର ହେବା ପରେ ସେ କ’ଣ କହୁଛନ୍ତି, ଗୃହ କମିଟି କି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ପଢନ୍ତୁ;ଅଡୁଆରେ ରାକ୍ଷୀ ସାୱନ୍ତ,ତନୁଶ୍ରୀ ଦାୟର କଲେ ୧୦ କୋଟିର ମାନହାନି ମକଦ୍ଦମା

Related posts

ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ

ENO Beuro

ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ

ENO Beuro

ଇଣ୍ଡିଆନ୍‌ ଆଇଡଲ୍‌ ଟପ୍‌-୧୪ରେ ବିଶ୍ୱଜିତ୍‌

ENO Beuro

Leave a Comment