News

ଭୁବନେଶ୍ୱରରେ ୧୧ଟି ବାର୍‌ରେ ପୁଲିସ୍‌ର ରାତିଅଧିଆ ଚଢ଼ଉ; ୯୬ରୁ ଅଧିକ ବାର୍ ଡ୍ୟାନ୍ସର ଉଦ୍ଧାର

Untitled 1

ରାତିଅଧିଆ କମିଶନରେଟ୍‌ ପୋଲିସର ରେଡ୍‌ ।  ଭୁବନେଶ୍ୱର ଲକ୍ଷ୍ମୀସାଗର   ଅଞ୍ଚଳରେ ଥିବା ୧୧ଟି ବାର୍‌ରେ ପୁଲିସ୍‌ର ମିଳିତ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୯୬ରୁ ଅଧିକ ବାର୍ ଡ୍ୟାନ୍ସରଙ୍କୁ ପୁଲିସ୍‌ ଉଦ୍ଧାର କରାଯାଇଛି। ବେଆଇନ ଭାବେ ବାର୍ ଗୁଡ଼ିକରେ ଡ୍ୟାନ୍ସ ଚାଲିଥିବାର ଖବର ପାଇ ରେଡ୍ କରିବା ସହ ଡ୍ୟାନ୍ସରମାନଙ୍କୁ ଥାନାକୁ ନେଇଥିଲା ପୋଲିସ । ଫଳରେ ଲକ୍ଷ୍ମୀସାଗର ଥାନା ଆଗରେ ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଥିଲା । ଉଦ୍ଧାର ଡ୍ୟାନ୍ସର ସବୁ ରାଜ୍ୟ ବାହାର ଥିବା ସୂଚନା ମିଳିଛି ।ସେମାନେ ସମସ୍ତେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣାର ବୋଲି ଜଣାପଡ଼ିଛି ।

ଲକ୍ଷ୍ମୀସାଗର ଓ କଟକ ରୋଡ୍‌ ଅଞ୍ଚଳରେ ବାର୍ ଗୁଡ଼ିକ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଥିଲା। ବାର୍ ମାଲିକମାନେ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଆଣି ଏଠାରେ ନିୟୋଜିତ କରିଥିଲେ। ଏପରିକି ଡ୍ୟାନ୍ସ ବାର୍ ଭିତରେ ଯୁବତୀମାନେ ଅଶ୍ଳୀଳତାର ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ ବାର୍‌ରେ ମଦ ପରିବେଷଣ ଲାଗି ଅନୁମତି ନ ଥିବା ସତ୍ତ୍ୱେ, ବାର୍ ଡ୍ୟାନ୍‌ସର୍‌ଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା।

Whatsapp Image 2019 07 27 At 8.46.33 Am
Whatsapp Image 2019 07 27 At 8.46.33 Am

ସମସ୍ତ ଡ୍ୟାନ୍ସରମାନଙ୍କର ଆଇଡି ପ୍ରୁଫ୍ ରଖି ଛାଡିଦେଇଥିବା ଜଣାପଡିଛି । ଏଭଳି ବହୁବାର ପୂର୍ବରୁ ମଧ୍ୟ ବାର୍ ମାନଙ୍କରେ ପୋଲିସ ଚଢାଉ କରି ଡ୍ୟାନ୍ସରମାନଙ୍କୁ ଉଦ୍ଧାର କରି ପରବର୍ତ୍ତି ସମୟରେ ସେମାନଙ୍କୁ ଛାଡିଦିଆଯାଇଥାଏ । ତେବେ ବାରମ୍ବାର ଏଭଳି ଚଢଉ ହେବା ସତ୍ତ୍ବେ ବାରମ୍ବାର ଏଭଳି ବାର୍ ଗୁଡିକରେ ଡ୍ୟାନ୍ସ ନିୟମିତଭାବେ ଚାଲିଛି ।

ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ କର୍ଣ୍ଣାଟକରେ ବାଚସ୍ପତିଙ୍କ ପାଳି

Related posts

ଏଥର ଚାଷୀଙ୍କ ଖାତାକୁ ସିଧାସଳଖ ୪୦୦୦ ଟଙ୍କା ଦେବେ କେନ୍ଦ୍ର ସରକାର

ENO Beuro

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

ENO Beuro

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ

ENO Beuro

Leave a Comment